ଜୟପୁର, ୨୮ ଅଗଷ୍ଟ (ହି.ସ.) - ଜୟପୁର ସରକାରୀ ବସଷ୍ଟାଣ୍ଡ ଠାରେ ଟାଉନଥାନା ପୁଲିସ ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାଉଥିବା ସରକାରୀ ବସରେ ଏକ ବ୍ୟାଗ ରହିଥିବା ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ବ୍ୟାଗରୁ କିଛି ପ୍ୟାଂଟ, ସାର୍ଟ ସହ ପ୍ୟାକେଟ ହୋଇଥିବା ପ୍ରାୟ ୫ କିଲୋଗ୍ରାମ ଗଞ୍ଜେଇ ପୁଲିସ ଜବତ କରିଛି । ଉକ୍ତ ବସରେ ବ୍ୟାଗ ରହିଥିବା ବେଳେ ଏହାକୁ ଜଣେ ମହିଳା ଖୋଲି ଦେଖିଥିଲେ । ଏହା ଭିତରେ ପ୍ୟାକେଟ ରହିଥିବା ବେଳେ ଗଞ୍ଜେଇ ରହିଥିବା ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ଟାଉନଥାନା ପୁଲିସ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଗଞ୍ଜେଇ ପ୍ୟାକେଟକୁ ଯାଂଚ କରିବା ବେଳେ ଗଞ୍ଜେଇ ରହିଥିବା ଜଣା ପଡିବା ପରେ ଏହାକୁ ଜବତ କରିଛନ୍ତି ବୋଲି ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ଏହିପରି ପୁଲିସ ସି.ସି ଟିଭି ଯାଂଚ କରୁଥିବା ବେଳେ ଅନ୍ୟାନ୍ୟ ବିଷୟକୁ ନେଇ ଯାଂଚ କରିବା ସହ ଉକ୍ତ ମହିଳା ବ୍ୟାଗରେ ଗଞ୍ଜେଇ ରହିଥିବା ନେଇ କିଭଳି ଜାଣିଲେ ସେଥିନେଇ ମଧ୍ୟ ତଦନ୍ତ ଜାରୀ ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି