ନୂଆଁଖାଇ ଉପଲକ୍ଷେ ମାଁ ମାହେଶ୍ୱରୀ ସେବା ପକ୍ଷରୁ ଖାଦ୍ୟ ବଣ୍ଟନ
ବଲାଙ୍ଗିର, ୨୮ ଅଗଷ୍ଟ (ହି.ସ.)- ପଶ୍ଚିମ ଓଡିଶାର ଶିଘା ତିହାର ନୁଆଁଖାଇ ଉପଲକ୍ଷେ ବିଗତ ବର୍ଷମାଙ୍କ ପରି ଏ ବର୍ଷ ମଧ୍ୟ ଓଡିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ ବଣ୍ଟନ କାର
ନୂଆଁଖାଇ ଉପଲକ୍ଷେ ମାଁ ମାହେଶ୍ୱରୀ ସେବା ପକ୍ଷରୁ ଖାଦ୍ୟ ବଣ୍ଟନ


ବଲାଙ୍ଗିର, ୨୮ ଅଗଷ୍ଟ (ହି.ସ.)- ପଶ୍ଚିମ ଓଡିଶାର ଶିଘା ତିହାର ନୁଆଁଖାଇ ଉପଲକ୍ଷେ ବିଗତ ବର୍ଷମାଙ୍କ ପରି ଏ ବର୍ଷ ମଧ୍ୟ ଓଡିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସାରା ପଶ୍ଚିମ ଓଡିଶାର ସମସ୍ତ ହୋଟେଲ, ଦୋକାନ ବଜାର, ବସସେବା ବନ୍ଦ ରହୁଥିବାରୁ ହସ୍ପିଟାଲରେ ଥିବା ରୋଗୀ ଏବଂ ତାଙ୍କର ପରିବାର ପରିଜନ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥାନ୍ତିା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବର୍ତ୍ତମାନ ପଶ୍ଚିମ ଓଡିଶାର ବଲାଙ୍ଗିର, ନୁଆପଡା, ସୋନପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳର କିଛି ଅଂଚଳ ନିର୍ଭରଶୀଳ। ଏଣୁ ଏହାକୁ ଦୃଷ୍ଟିରେ ରଖି ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଦୁଇ ମୁଖ୍ୟ ହସ୍ପିଟାଲ ଭୀମ ଭୋଇ ମେଡିକାଲ କଲେଜରେ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଏହି ଖାଦ୍ୟ ବଣ୍ଟନରେ ହସ୍ପିଟାଲ ରେ ଥିବା ତଥା ଆଖପାଖ ରେ ଥିବା ଅସହାୟ ତିନି ହଜାରରୁ ଅଧିକ ଲୋକଙ୍କ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେବା ସହଯୋଗ ସମର୍ପଣ ମନୋଭାବକୁ ନେଇ ଆୟୋଜିତ ହୋଇଥିବା ଏହି ଅଭିନବ ପ୍ରୟାସ ଅଂଚଳବାସୀ ଏବଂ ବୁଦ୍ଧିଜିବୀ ମହଲରେ ପ୍ରଶଂସିତ ହୋଇଅଛି । ଆଗାମୀ ବର୍ଷ ଗୁଡିକରେ ସେବା ଅବ୍ୟାହତ ରହିଥିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande