ଛିନତାଇ ଗ୍ୟାଙ୍ଗକୁ ଧରିଲା ପୁଲିସ, ଫେରାର ୨ ଜଣଙ୍କୁ ଗିରଫ ସହ ବାଇକ ଜବତ
ବାରିପଦା, ୨୮ ଅଗଷ୍ଟ (ହି.ସ.)- ବାରିପଦା ଟାଉନ ଥାନା ପୁଲିସ ଏକ ଛିନତାଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ସୁନାହାର ଛିନତାଇ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଯାଜପୁର ଜିଲ୍ଲାର ଜଖପୁରା ଥାନା ଅନ୍ତର୍ଗତ ଦଶମାଣିଆ
ଛିନତାଇ ଗ୍ୟାଙ୍ଗକୁ ଧରିଲା ପୁଲିସ, ଫେରାର ୨ ଜଣଙ୍କୁ ଗିରଫ ସହ ବାଇକ ଜବତ


ବାରିପଦା, ୨୮ ଅଗଷ୍ଟ (ହି.ସ.)- ବାରିପଦା ଟାଉନ ଥାନା ପୁଲିସ ଏକ ଛିନତାଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ସୁନାହାର ଛିନତାଇ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଯାଜପୁର ଜିଲ୍ଲାର ଜଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର ଭୋଳା ପ୍ରଧାନ(୨୫) ଓ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ବୀର ପୁରୁଷୋତ୍ତମପୁର ଗ୍ରାମର ରାଜା ଶିକାରୀ(୨୩)। ଭୁଗୁଡାକଟା ଅଞ୍ଚଳର ରୀନାରାଣୀ ଦାଶଙ୍କ ବେକରୁ ସୁନା ହାର ଛିନତାଇ ଅଭିଯୋଗରେ ଗିରଫ ହୋଇଛନ୍ତି ।

ରୀନା ରାଣୀ ଦାଶ କୋଚିଂ ସେଣ୍ଟରରୁ ଘରକୁ ଫେରୁଥିବା ବେଳେ ବେଳଗଡ଼ିଆ ପ୍ୟାଲେସ(ରାଜପ୍ରାସାଦ) ନିକଟରେ ୪ ଜଣ ଦୁର୍ବୁତ୍ତ ୨ଟି ନମ୍ବର ବିହୀନ ବାଇକରେ ଆସି ତାଙ୍କୁ ଅଟକାଇ ବେକରୁ ସୁନା ଚେନକୁ ଛିନତାଇ କରି ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କା ହେବ। ତେବେ ଏନେଇ ସେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସିସି ଟିଭି ଫୁଟେଜ ଯାଞ୍ଚ କରିଥିଲେ । ଖବର ପାଇ ସିଭିଲ ଟିମ ଦୁର୍ବୁତ୍ତମାନଙ୍କ ପିଛା କରି ବାରିପଦା ସହର ଠାରୁ ପ୍ରାୟ ୩୫ କିଲୋମିଟର ଦୂର ବେତନଟୀ ନିକଟରେ ଗୋଟିଏ ବାଇକକୁ ଅଟକାଇ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ସମୟରେ ଅନ୍ୟ ବାଇକରେ ଦୁଇ ଜଣ ଚମ୍ପଟ ମାରିଥିଲେ। ପୁଲିସ ଛିିନତାଇରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ବାରିପଦା ସହରରେ ଛିନତାଇ ଘଟଣା ଗୁଡ଼ିକରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି ଅଥବା ଅନ୍ୟ କୌଣସି ଗ୍ୟାଙ୍ଗର ସେ ନେଇ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande