ଏନ ଏ ସି ମାନ୍ୟତା ପ୍ରସଙ୍ଗରେ ବୋରିଗୁମ୍ମାରେ କଂଗ୍ରେସ ର ପ୍ରେସମିଟ, ସୂଚନା ଦେଲେ ବିଧାୟକ
ଜୟପୁର, ୨୮ ଅଗଷ୍ଟ (ହି.ସ.) - ବହୁ ଚର୍ଚ୍ଚିତ ବୋରିଗୁମ୍ମା ଏନ ଏ ସି ମାନ୍ୟତା ପ୍ରସଙ୍ଗରେ କଂଗ୍ରେସର ପ୍ରେସ ମିଟ। ପିସିସି ଉପସଭାପତି ତଥା ଜୟପୁର ବିଧାୟକ ତାରାପ୍ରସାଦ ବହିନୀ ପତି ଆଜି ବୋରିଗୁମ୍ମା ଠାରେ ଏନ ଏ ସି ମାନ୍ୟତା ପ୍ରସଙ୍ଗ ରେ କରିଛନ୍ତି ଏହି ପ୍ରେସମିଟ। ବୋରିଗୁମ୍ମା ବହୁ ବର୍ଷ ହେବଣି ଏନ ଏ
ଏନ ଏ ସି ମାନ୍ୟତା ପ୍ରସଙ୍ଗ ରେ  ବୋରିଗୁମ୍ମା ରେ କଂଗ୍ରେସ ର ପ୍ରେସମିଟ, ସୂଚନା ଦେଲେ ବିଧାୟକ


ଜୟପୁର, ୨୮ ଅଗଷ୍ଟ (ହି.ସ.) - ବହୁ ଚର୍ଚ୍ଚିତ ବୋରିଗୁମ୍ମା ଏନ ଏ ସି ମାନ୍ୟତା ପ୍ରସଙ୍ଗରେ କଂଗ୍ରେସର ପ୍ରେସ ମିଟ। ପିସିସି ଉପସଭାପତି ତଥା ଜୟପୁର ବିଧାୟକ ତାରାପ୍ରସାଦ ବହିନୀ ପତି ଆଜି ବୋରିଗୁମ୍ମା ଠାରେ ଏନ ଏ ସି ମାନ୍ୟତା ପ୍ରସଙ୍ଗ ରେ କରିଛନ୍ତି ଏହି ପ୍ରେସମିଟ। ବୋରିଗୁମ୍ମା ବହୁ ବର୍ଷ ହେବଣି ଏନ ଏ ସି ପାଇଁ ସବୁ ମାପଦଣ୍ଡ ପୂରଣ କରୁଛି କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ କାରଣ ରୁ ଏନ ଏ ସି ମାନ୍ୟତା ରୁ ଉପେକ୍ଷିତ ହେଉଛି ବୋରିଗୁମ୍ମା ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ତାରା। ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗତ ସରକାର ବୋରିଗୁମ୍ମା କୁ ଏନ ଏ ସି ଘୋଷଣା କରିଥିଲେ। ଏବେ ବିଜେପି ସରକାର ଶାସନକୁ ଆସିବା ପରେ ଗତ ଅଗଷ୍ଟ ୧୫ତାରିଖରେ ୧୨ଟି ନୂଆ ଏନ ଏ ସି ଘୋଷଣା କରିଛନ୍ତି ଯେଉଁଠି ବୋରିଗୁମ୍ମାର ନା ନାହିଁ। ଆସନ୍ତା ଅଗଷ୍ଟ ୩୧ତାରିଖ ଦିନ ଆଉ ୯ଟି ଏନ ଏ ସି ଘୋଷଣା କରିବା ର କାର୍ଯ୍ୟକ୍ରମ ରହିଛି। ସେହି ତାଲିକା ରେ ବୋରିଗୁମ୍ମା କୁ ଏନ ଏ ସି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଭେଟି ଦାବିକରିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ମୋତେ ବୋରିଗୁମ୍ମା କୁ ଏନ ଏ ସି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଆସନ୍ତା ୩୧ତାରିଖତରେ ରାଜ୍ୟ ସରକାର ବୋରିଗୁମ୍ମାକୁ ଏନ ଏ ସି ଘୋଷଣା ନ କରନ୍ତି ତାହା ହେଲେ କଂଗ୍ରେସ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓଲାଇବ ବୋଲି ସୂଚନା ଦେଇଛନ୍ତି ତାରା ପ୍ରସାଦ ବହିନୀ ପତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande