ନେପାଳ ଦେଇ ବିହାରରେ ପ୍ରବେଶ କରୁଥିବା ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କ ସୂଚନା ପରେ ହାଇ ଆଲର୍ଟ, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି
ପୂର୍ବି ଚମ୍ପାରଣ, ୨୮ ଅଗଷ୍ଟ (ହି.ସ.) – ପାକିସ୍ଥାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଭୟଙ୍କର ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରୁଥିବା ଗୁଇନ୍ଦା ସୂଚନା ପରେ ସମଗ୍ର ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ଜିଲ୍ଲାର ସମସ୍ତ ଥାନା ଅଂଚଳ ଏବଂ ନେପାଳର ସୀମାବର୍ତୀ ଅଂଳଚରେ ଯାନବାହାନ
ନେପାଳ ଦେଇ ବିହାରରେ ପ୍ରବେଶ କରୁଥିବା ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କ ସୂଚନା ପରେ ହାଇ ଆଲର୍ଟ, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି


ପୂର୍ବି ଚମ୍ପାରଣ, ୨୮ ଅଗଷ୍ଟ (ହି.ସ.) – ପାକିସ୍ଥାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଭୟଙ୍କର ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରୁଥିବା ଗୁଇନ୍ଦା ସୂଚନା ପରେ ସମଗ୍ର ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ଜିଲ୍ଲାର ସମସ୍ତ ଥାନା ଅଂଚଳ ଏବଂ ନେପାଳର ସୀମାବର୍ତୀ ଅଂଳଚରେ ଯାନବାହାନ ଗୁଡ଼ିକର କଡ଼ା ଯାଂଚ କରାଯାଉଛି ।

ପୋଲିସ ଅଧିକ୍ଷକ ସ୍ୱର୍ଣ୍ଣ ପ୍ରଭାତ ଏହି ସୂଚନା ଦେଇ କହିଛନ୍ତି ଯେ, ପାକିସ୍ଥାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନିଜଣ ଭୟଙ୍କର ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି ଏବଂ ସେମାନେ କିଛି ନା କିଛି ବଡ଼ ଆତଙ୍କ ଘଟାଇ ପାରନ୍ତି । ସେ ଏହି ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କର ସ୍କେଚ ଜାରି କରିଛନ୍ତି ଏବଂ ଲୋକମାନଙ୍କୁ ଏହି ମୁହଁଗୁଡ଼ିକୁ ଚିହ୍ନିବାକୁ ଅନୁରୋଧ କରିଛନ୍ତି ଏବଂ ଯଦି ସେମାନେ ଏ ସମ୍ପର୍କରେ କୌଣସି ସୂଚନା ପାଆନ୍ତି, ତେବେ ସେମାନେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନରେ ଯୋଗାଯୋଗ କରିପାରିବେ କିମ୍ବା ୧୧୨ କୁ ଡାଏଲ କରିପାରିବେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande