ମୋବାଇଲ ଲୁଟ ଅଭିଯୋଗ
ଜୟପୁର, ୨୮ ଅଗଷ୍ଟ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ କଙ୍ଗା ଗ୍ରାମପଂଚାୟତର ଶିବଗୁଡା ଗ୍ରାମର ଦୁଇଜଣ ଯୁବକଙ୍କ ମୋବାଇଲ ଲୁଟ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ କାଲି ଶିବଗୁଡା ଗ୍ରାମର ଇନ୍ଦ୍ର ରଣା ଏବଂ ତାଙ୍କ ସାଙ୍ଗ ଇଶ୍ୱର ଗାଦବା କେନାଲ ନିକଟକୁ ଗାଧୋଇବାକୁ
ମୋବାଇଲ ଲୁଟ ଅଭିଯୋଗ


ଜୟପୁର, ୨୮ ଅଗଷ୍ଟ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ କଙ୍ଗା ଗ୍ରାମପଂଚାୟତର ଶିବଗୁଡା ଗ୍ରାମର ଦୁଇଜଣ ଯୁବକଙ୍କ ମୋବାଇଲ ଲୁଟ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ କାଲି ଶିବଗୁଡା ଗ୍ରାମର ଇନ୍ଦ୍ର ରଣା ଏବଂ ତାଙ୍କ ସାଙ୍ଗ ଇଶ୍ୱର ଗାଦବା କେନାଲ ନିକଟକୁ ଗାଧୋଇବାକୁ ଯାଇଥିବା ସମୟରେ କେନାଲ ରାସ୍ତାରେ ଦୁଇଟି ମୋଟର ସାଇକଲରେ ୬ଜଣ ଯୁବକ ଆସି ଛୁରି ଦେଖାଇ ଦୁଇଟ ମୋବାଇଲ ଲୁଟି ନେଇଥିଲେ। ବର୍ଷା ହେଉଥିବା ଯୋଗୁଁ ସେମାନଙ୍କୁ ଧରିବାରେ ଅସଫଳ ହୋଇଥିଲେ। ବାଇକ ନମ୍ବର ପ୍ଲେଟରେ କପଡା ବାନ୍ଧିଥିବା ଯୋଗୁଁ ନମ୍ବର ଜାଣି ପାରିନଥିବା ଇନ୍ଦ୍ରରଣା ସଦରଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ସଦର ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଏସଆଇ ପଙ୍କଜିନି ଶବର ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande