ବାଲୁକା କଳାରେ ନୂଆଖାଇ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ପୁରୀ, ୨୮ ଅଗଷ୍ଟ (ହି.ସ.)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳାରେ ନୂଆଖାଇ ଶୁଭେଛା ଜଣାଇଛନ୍ତି । ବାଲିରେ ମା ସମଲେଇଙ୍କ କଳାକୃତି କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଉ
ବାଲୁକା କଳାରେ ନୂଆଖାଇ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ


ପୁରୀ, ୨୮ ଅଗଷ୍ଟ (ହି.ସ.)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ବେଳାଭୂମିରେ ବାଲୁକା କଳାରେ ନୂଆଖାଇ ଶୁଭେଛା ଜଣାଇଛନ୍ତି । ବାଲିରେ ମା ସମଲେଇଙ୍କ କଳାକୃତି କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଉନ୍ନତି ସହ ପ୍ରଗତି କାମନା କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳାକୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥିବା ପରିଲକ୍ଷିତ ହୋଇଥିଲା । ବାଲୁକା କଳାରେ ସୁନ୍ଦର ଭାବେ ମା ସମଲେଇଙ୍କ ପ୍ରତିମା ଦେଖିବାକୁ ମିଳିଛି । ଏଥିସହ ନୂଆଖାଇ ଜୁହାର ଲେଖା ହୋଇଛି । ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ବାଲୁକା ନିର୍ମିତ ନୂଆଖାଇ ଉତ୍ସବ ଓ ମା ସମଲେଇଙ୍କ ଫଟୋ ଉଠାଇବା ସହ ମୋବାଇଲରେ ସେଲଫି ନେଉଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande