ଧାରଣା ପାଇଁ ଆଶାକର୍ମୀଙ୍କ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୮ ଅଗଷ୍ଟ(ହି.ସ.) – ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ୬ ଦଫା ଦାବି ନେଇ ଧାରନା ଦେବାକୁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଆଇନଜୀବି ରମଣୀ ରଂଜନ ରାଉତ ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଶାକର୍ମୀଙ୍କର ମାସିକ
ଧାରଣା ପାଇଁ ଆଶାକର୍ମୀଙ୍କ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୮ ଅଗଷ୍ଟ(ହି.ସ.) – ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ୬ ଦଫା ଦାବି ନେଇ ଧାରନା ଦେବାକୁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଆଇନଜୀବି ରମଣୀ ରଂଜନ ରାଉତ ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଶାକର୍ମୀଙ୍କର ମାସିକ ପାରିଶ୍ରମିକ ପ୍ରଥମ ସପ୍ତାହରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କ ପ୍ରତି ଖରାପ ବ୍ୟବହାର ବନ୍ଦ କରିବା, ମୃତ୍ୟୁକାଳୀନ ସହାୟତା ପଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ମାସିକ ଦରମା ୨୬ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି ଗୁଡିକ ରହିଛି । ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଶତାଧିକ ଆଶାକର୍ମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande