ଗୌହ୍ୱାଟୀ, 28 ଅଗଷ୍ଟ (ହି.ସ.)-କେନ୍ଦ୍ର ଗୃହମନ୍ତ୍ରୀ ଅମିତ
ଶାହ ଗୁରୁବାର ସଂଧ୍ୟାରେ ଆସାମରେ ପହଁଚିବେ ଓ ସେଠାରେ ଦୁଇଦିନିଆ କାର୍ଯ୍ୟକ୍ରମରେ ସାମିଲ ହେବେ
।
କାର୍ଯ୍ୟକ୍ରମ ଅନୁଯାୟୀ, ସେ ସଂଧ୍ୟା 7.35ରେ ଗୌହ୍ୱାଟୀର ଗୋପୀନାଥ ବରଦଲୈ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ
କରିବେ। ଏହାପରେ ସେ ସିଧା ବଶିଷ୍ଠ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ, ଯେଉଁଠାରେ ପାର୍ଟି ଅଧିକାରୀମାନଙ୍କ ସହିତ ବୈଠକ ଏବଂ ରାତି ଭୋଜନ କରିବେ। ଏହାପରେ ସେ ରାତି
ବିଶ୍ରାମ ପାଇଁ କୌଇନାଧାରା ସ୍ଥିତ ରାଜକୀୟ ଅତିଥି ଗୃହକୁ ଯିବେ।
ଅଗଷ୍ଟ 29ରେ ସେଠାରେ ତାଙ୍କ
କାର୍ଯ୍ୟକ୍ରମ ପ୍ରସ୍ତାବିତ ରହିଛି । ସକାଳ 11ଟା ବେଳେ କୋଇନାଧାରା ଅତିଥି ଗୃହରୁ ରାଜଭବନ
ଯିବେ । ସକାଳ ସାଢେ 11ଟାରୁ ଦ୍ୱିପ୍ରହର ଗୋଟାଏ ଯାଏ ରାଜଭବନରେ ଶିଳାନ୍ୟାସ ଓ ବିଭିନ୍ନ
ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା