ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ପବିତ୍ର ନୂଆଁଖାଇ
ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଏକ ବାର୍ତ୍ତାରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଜଗନ୍ନାଥ, ଜୟ
ମାଁ ସମ୍ଲେଇ, ସମ୍କୁ ମୋର ନୂଆଁଖାଇ ଜୁହାର୍ । ଓଡ଼ିଶାର ମହାନ୍ କୃଷିଭିତ୍ତିକ
ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
ଜଣାଉଛି ।
ଆମର୍ ମହାନ୍ ସଂସ୍କୃତି
ଆଉର୍ ପରମ୍ପରା ର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ । ପରିବାର୍ ର ସଦସ୍ୟ ମାନେ ଦେଶ୍
ବିଦେଶ୍ ର ଯେନୁ ଭି ଥିଲେ ଇ ତିହାର୍ ଲାଗି ନିଜର୍ ନିଜର୍ ଗାଁ କେ ଘର୍ କେ ଫିର୍ଶନ। ପରିବାର୍
ର ସଭେ ଏକ୍ ହେଇ କରି ମିଶିକରି ନୂଆଁ ଖାଏସନ୍ ।
ମୁନୁଷ୍ ମୁନୁଷ୍ ଭିତରେ
ସ୍ନେହ,
ପ୍ରେମ୍, ଶ୍ରଦ୍ଧା, ସମ୍ମାନ୍ ର ଆଦାନ୍ ପ୍ରଦାନ୍ ଆର୍ ଭାଇଚାରା କେ ନେଇ କରି ଆଇସି ଆମର୍
ଇ ପରବ୍ ନୂଆଁଖାଇ । ଆମର୍ ପରମ୍ପରା ରେ ନୂଆଁଖାଇ ର ଯେତ୍କି ମହତ୍ତ୍ଵ ଅଛେ ସେତ୍କି ମହତ୍ତ୍ଵ
ନୂଆଁଖାଇ ଭେଟଘାଟ୍ ର ଭି ଅଛେ । ନୂଆଁ ଖାଇ ସାର୍ଲା ପରେ ସଭେ ସବ୍କୁ ଭେଟ୍ ହେବାର, ବଡ୍ ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍
ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ ର ଗୁଟେ ନିଆରା ପରମ୍ପରା ଆଏ ।
୨୦୩୬ ତକ୍ ବିକଶିତ ଓଡ଼ିଶା
ଆଉ ୨୦୪୭ ତକ୍ ବିକ୍ଶିତ୍ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି
ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ ଯୁବକ୍
ଯୁବତୀ ଶ୍ରମିକ୍ କିଶାନ୍ ଜୱାନ୍ ସମ୍କୁ ଅନୁରୋଧ୍ କରୁଛେଁ । ନୂଆଁଖାଇ ସମସ୍ତଙ୍କର ଜୀବନରେ
ନୂଆଁ ଆଶା ସଞ୍ଚାରିତ କରୁ । ମାଁ ସମଲେଇ, ମହାପ୍ରଭୂ ଶ୍ରୀଜଗନ୍ନାଥ୍ ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି ସୁଖ୍
ଶାନ୍ତି ଉନ୍ନତୀ ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି ପ୍ରାର୍ଥନା କରୁଛେଁ । ସମ୍କୁ ଫେର
ଥରେ ମୋର ନୂଆଁଖାଇ ଜୁହାର୍ । ଜୟ
ମାଁ ସମ୍ଲେଇ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା