ଭୁବନେଶ୍ୱର, ୨୮ ଅଗଷ୍ଟ(ହି.ସ)- ସେପ୍ଟେମ୍ବର ତୃିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ବିଏମସି କମିଶନର ଚଂଚଳ ରାଣା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବହୁତ ଦିନ ଆଗରୁ ଏକ ସର୍ଭେ ହୋଇଥିଲା। ପର୍ଟିକୁଲାର ଡାଟା ବା ତଥ୍ୟ ଜାଣିବା ପାଇଁ ଏବେ ପୁଣି ବିଏମସି କୁକୁର ଗଣନା କରିବ। ଗଣମାଧ୍ୟମରେ ବିଭିନ୍ନ ତଥ୍ୟ ଆସୁଛି, କିନ୍ତୁ ଏକ ବିଏମସି ତରଫରୁ ସୁନିଶ୍ଚିତ ତଥ୍ୟ ଦିଆଯିବ। ବିଭିନ୍ନ ମଡେଲ ହାତକୁ ନିଆଯାଇଛି। ପ୍ରତି ୱାର୍ଡ଼ କୁ ଯାଇ ଗଣନା କରିହେବ, ନଚେତ ସାଂପଲ ନେଇ ମଧ୍ୟ କରିହେବ। ଆମେ ପ୍ରତି ବ୍ୱାର୍ଡ଼ରେ ଗଣନା କରିବୁ। ଗଣନାରେ ସ୍ୱଛସାଥୀ, ସଫେଇ କର୍ମୀ, ବିଏମସି ଅଧିକାରୀ ସାମିଲ ହେବେ। ଗଣନା ପୂର୍ବରୁ ବିଏମସି ପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଗଣନା ଶେଷ ହେବ। ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ ବୋଲି କହିଛନ୍ତି ବିଏମସି କମିଶନର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା