କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିବଂଗତ ମାଆଙ୍କ ଉପରେ ଅଭଦ୍ର ଟିପ୍ପଣୀକୁ କଲେ ନିନ୍ଦା
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦିବଂଗତ ମାଆଙ୍କୁ ନେଇ କରାଯାଇଥିବା ଅଭଦ୍ର ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି। ସେ ଏହି ଟିପ୍ପଣୀକୁ ''ଅତ୍ୟନ୍ତ ଲଜ୍ଜାଜନକ ଓ ନିନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ     ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିବଂଗତ ମାଆଙ୍କ ଉପରେ ଅଭଦ୍ର ଟିପ୍ପଣୀକୁ କଲେ     ନିନ୍ଦା


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- କେନ୍ଦ୍ର

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦିବଂଗତ

ମାଆଙ୍କୁ ନେଇ କରାଯାଇଥିବା ଅଭଦ୍ର ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି। ସେ ଏହି ଟିପ୍ପଣୀକୁ 'ଅତ୍ୟନ୍ତ ଲଜ୍ଜାଜନକ ଓ

ନିନ୍ଦନୀୟ' ବୋଲି କହିଛନ୍ତି।

ସୋସିଆଲ୍ ମିଡିଆ ପୋଷ୍ଟରେ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ଟିପ୍ପଣୀ ଇଣ୍ଡି ମେଂଟର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି 'ଘୃଣାର ଶୀର୍ଷ ସୀମା'କୁ ଦର୍ଶାଉଛି , ଯେଉଁଥିରେ କଂଗ୍ରେସ

ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବ ସାମିଲ ଅଛନ୍ତି।

ସେ ଲେଖିଛନ୍ତି,

“ଆରଜେଡି-କଂଗ୍ରେସର ନିର୍ବାଚନୀ ମଞ୍ଚରୁ ଆସିଥିବା ଏହି

ଘୃଣିତ ଟିପ୍ପଣୀ କେବଳ ପ୍ରଧାନମନ୍ତ୍ରୀଙ୍କ ଅପମାନ ନୁହେଁ, ବରଂ ପ୍ରତ୍ୟେକ ସେହି ଭାରତବାସୀଙ୍କର ମଧ୍ୟ ଅପମାନ, ଯିଏ ତାଙ୍କର ମାଆକୁ ଈଶ୍ୱର ସମାନ ମାନନ୍ତି।”

କେନ୍ଦ୍ରମନ୍ତ୍ରୀ ଅଭିଯୋଗ

କରିଛନ୍ତି ଯେ, ବିହାରକୁ ଅପମାନିତ

କରିବା ପରେ ବିରୋଧୀ ନେତାମାନେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ମାଆଙ୍କ ବିରୁଦ୍ଧରେ ଆପତ୍ତିଜନକ

ଭାଷା ବ୍ୟବହାର କରୁଛନ୍ତି। ସେ କହିଛନ୍ତି ଯେ, ଏହି ଆଚରଣ ଏହି ନେତାମାନଙ୍କର “ମନୋଭାବ ଓ ଗଭୀର ନିରାଶା”କୁ ପ୍ରକାଶ କରୁଛି , ଯାହା ଲୋକଙ୍କ

ସମର୍ଥନ ନ ମିଳିବାରୁ ସୃଷ୍ଟି ହୋଇଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,

“ଏହି ନେତାମାନଙ୍କର ନିରାଶା ବର୍ତ୍ତମାନ ତାଙ୍କର ଭାଷା

ଓ ବ୍ୟବହାରରେ ପ୍ରକାଶିତ ହେଉଛି। ବିହାରର ଲୋକେ ସବୁ କିଛି ଦେଖୁଛନ୍ତି। ପ୍ରଥମେ ବିହାରର ଅପମାନ,

ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ପ୍ରତି

ଏପରି ଅସମ୍ବେଦନଶୀଳ ଓ ଅମର୍ଯ୍ୟାଦିତ ବ୍ୟବହାର — ଏହାର ଉଚିତ ଜବାବ ଲୋକେ ତାଙ୍କର ଭୋଟ ଦ୍ୱାରା ଦେବେ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande