ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜବାନଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
ବାନ୍ଦିପୋରା, 28 ଅଗଷ୍ଟ (ହି.ସ.)- ବାନ୍ଦିପୋରା ଜିଲ୍ଲାର ଗୁରେଜ୍ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଚେଷ୍ଟାକୁ ବିଫଳ କରି ସୁରକ୍ଷା ବଳ ଦୁଇ ଆତଙ୍କବାଦୀଙ୍କୁ ମାରିଥିବା ସୂଚନା ମିଳିଛି । ଶ୍ରୀନଗର ସ୍ଥିତ ସେନାର ଚିନାର କୋର ଏକ୍ସରେ ଜଣାଇଛି ଯେ, ଅନୁପ୍ରବେଶ
ଜମ୍ମୁ କଶ୍ମୀରର ଗୁରେଜ     ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜବାନଙ୍କ ଏନକାଉଣ୍ଟରରେ ଦୁଇ     ଆତଙ୍କବାଦୀ ନିହତ


ବାନ୍ଦିପୋରା, 28 ଅଗଷ୍ଟ (ହି.ସ.)- ବାନ୍ଦିପୋରା

ଜିଲ୍ଲାର ଗୁରେଜ୍ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଚେଷ୍ଟାକୁ ବିଫଳ କରି ସୁରକ୍ଷା ବଳ

ଦୁଇ ଆତଙ୍କବାଦୀଙ୍କୁ ମାରିଥିବା ସୂଚନା ମିଳିଛି । ଶ୍ରୀନଗର ସ୍ଥିତ ସେନାର ଚିନାର କୋର ଏକ୍ସରେ

ଜଣାଇଛି ଯେ, ଅନୁପ୍ରବେଶ

ଉଦ୍ୟମ ବିଷୟରେ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ଦିଆଯାଇଥିବା ଗୁପ୍ତ ସୂଚନା ଅଧାରରେ ଭାରତୀୟ

ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ଗୁରେଜ୍ ସେକ୍ଟରରେ ଏକ ମିଳିତ ଅଭିଯାନ ଆରମ୍ଭ

କରିଥିଲେ।

ଯବାନମାନେ ସନ୍ଦିଗ୍ଧ

ଗତିବିଧି ଦେଖିବା ପରେ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଂଜ ଦେଇଥିଲେ, ଯାହାର ପରିଣାମ ସ୍ୱରୂପ

ଆତଙ୍କବାଦୀମାନେ ଗୁଳି କରିଥିଲେ । ଯବାନମାନେ ମଧ୍ୟ ପ୍ରତିତ୍ତ୍ୟୁରରେ ଗୁଳି ଚଳାଇ ଦୁଇ

ଆତଙ୍କବାଦୀଙ୍କ ମାରିଛନ୍ତି । ଏବେ ବି ଅଭିଯାନ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande