ପୁରୀ, ୨୮ ଅଗଷ୍ଟ (ହି.ସ.)- ବଡଦାଣ୍ଡ ମାର୍କେଟ ଛକରେ ଥିବା ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଯାଗା ଅନୁଷ୍ଠାନ ପକ୍ଷରୁ ୨୫ ତମ ଗଣପତି ମହୋତ୍ସବ ଉଦଘାଟିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଭ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ସମେତ ବିଜେପି ର ବରିଷ୍ଠ ନେତା ରବି ଦାସ, ବଳଭଦ୍ର ମହାନ୍ତି ତଥା ବିଶିଷ୍ଟ ଗୀତିକାର ବଦ୍ରି ମିଶ୍ର, ବିଶିଷ୍ଟ ସମାଜସେବୀ ଗିରିଶ ନାୟକ ଏବଂ ଯୁବ ସଂଗଠକ ତଥା ଆଇନଜୀବୀ ଓ ବିଜେପି ର କର୍ମକର୍ତା ବିନୟ ନୃସିଂହ ମହାପାତ୍ର ପ୍ରମୁଖ ଯୋଗଦେଇ ଉକ୍ତ ଉତ୍ସବର ମାହାତ୍ମ୍ୟ ଏବଂ ଚାର ଗଣେଶର କିମ୍ବଦନ୍ତୀ ବର୍ଣ୍ଣନା କରିଥିଲେ | ଅନୁଷ୍ଠାନର ସଭାପତି ନିତ୍ୟ ପ୍ରସାଦ ପଟ୍ଟନାୟକ, ଉପ ସଭାପତି କ୍ଷେତ୍ର ମୋହନ ସାହୁ, ସଂପାଦକ ନିମାଇଁ ଚରଣ ମହାନ୍ତି, କେଶବ ପରିଜା, ହରିବନ୍ଧୁ ପଣ୍ଡା କୋଷାଧ୍ୟକ୍ଷ ଚିତ ରଞ୍ଜନ ଦାସ, ମହମ୍ମଦ ଉଜିର୍ ର୍ୱାଲା, ଚିତ ରଞ୍ଜନ ମହପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାଣି, ତାରା ପ୍ରସାଦ ଦାସ ତଥା ଦାମୋଦର ଦାସ ପ୍ରମୁଖ କର୍ମକର୍ତା ମାନେ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅତିଥି ମାନଙ୍କୁ ମାନପତ୍ର ଓ ଉପଢୋକନ୍ ପ୍ରଦାନ କରାଯାଇଥିଲା ।
ଉକ୍ତ ଉତ୍ସବ ୬ ଦିନ ବ୍ୟାପୀ ଚାଲିବା ସହିତ ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଭ୍ୟ ସହଯୋଗ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ