କେରଳରେ ମୃତ ନିମାପଡାର ବିଜୟ ନାୟକଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- କେରଳରେ ମୃତ ନିମାପଡାର ବିଜୟ ନାୟକଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନିମାପଡ଼ା ବ୍ଲ
କେରଳରେ ମୃତ ନିମାପଡାର ବିଜୟ     ନାୟକଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଭାତି     ପରିଡା


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- କେରଳରେ ମୃତ ନିମାପଡାର

ବିଜୟ ନାୟକଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ମାଛପୁର ପଞ୍ଚାୟତ ଅଧୀନସ୍ଥ ବଡ଼ମାଛପୁର ଗ୍ରାମର ବିଜୟ

ନାୟକଙ୍କର ଗତ ୨୬ ତାରିଖ ଦିନ କେରଳର ପାଲଘାଟଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ହୋଇଯାଇଥିଲା । ଶ୍ରମ ଆୟୁକ୍ତ ଏବଂ ପୁରୀ ଜିଲ୍ଲା ପ୍ରଶାସନର ସହଯୋଗରେ ତାଙ୍କ ମରଶରୀର ଆଜି

ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଲି

ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande