କୁପୱାଡା, 28 ଅଗଷ୍ଟ (ହି.ସ.)- କୁପୱାଡ଼ା
ଜିଲ୍ଲାରେ ଡ୍ୟୁଟି ସମୟରେ ଜଣେ ସେନା ଯବାନ ଶହୀଦ ହୋଇଛନ୍ତି। ଗୁରୁବାର ଦିନ ସେନା ପକ୍ଷରୁ ଏହି
ସୂଚନା ଦିଆଯାଇଛି। ଶ୍ରୀନଗର ସ୍ଥିତ ସେନାର ଚିନାର କୋର ଏକ୍ସରେ ଜଣାଇଛି ଯେ, କୁପୱାଡ଼ା ଜିଲ୍ଲାରେ ଅପରେସନାଲ ଡ୍ୟୁଟି ସମୟରେ ବୀର ହାବିଲଦାର
ଇକବାଲ ଅଲିଙ୍କ ସର୍ବୋଚ୍ଚ ବଳିଦାନକୁ ଚିନାର କୋର ସମ୍ମାନ ଜଣାଉଛି। ତାଙ୍କର ସାହସ ଓ ସମର୍ପଣ
ଆମକୁ ସର୍ବଦା ପ୍ରେରଣା ଦେବ। ସେନା କହିଛି ଯେ ଚିନାର ଯୋଦ୍ଧା ଯବାନଙ୍କର ସାହସ ଓ ବଳିଦାନକୁ
ସଳାମ କରୁଛନ୍ତି। ଆମେ ଶୋକସନ୍ତପ୍ତ ପରିବାର ସହ ଏକତାରେ ଦଢ଼ ଭାବେ ରହିଛୁ ଓ ସେମାନଙ୍କର
କୁଶଳତା ପାଇଁ ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା