ଦେଉଳି ଓ ଗୋକର୍ଣ୍ଣେଶ୍ୱର ବିଦ୍ୟାଳୟରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଧର୍ମଶାଳା,୨୮ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଦେଉଳି ପ୍ରାଥମିକ ବିଦ୍ୟାଳୟ ଓ ଗୋକର୍ଣ୍ଣେଶ୍ୱର ଉ.ପ୍ରା ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋକର୍ଣ୍ଣେଶ୍ୱର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋ
ଦେଉଳି ଓ ଗୋକର୍ଣ୍ଣେଶ୍ୱର ବିଦ୍ୟାଳୟରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ


ଧର୍ମଶାଳା,୨୮ଅଗଷ୍ଟ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଦେଉଳି ପ୍ରାଥମିକ ବିଦ୍ୟାଳୟ ଓ ଗୋକର୍ଣ୍ଣେଶ୍ୱର ଉ.ପ୍ରା ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋକର୍ଣ୍ଣେଶ୍ୱର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଶାଳା ମଣ୍ଡଳ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗଛ ବଂଚିଲେ ଆମେ ବଂଚିବା । ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି, ସମାଜସେବୀ ଇନ୍ଦ୍ରମଣି ମହାନ୍ତି, ଶିକ୍ଷାବିତ ତଥା ପ୍ରବଚକ ବିଭୁତି ଭୂଷଣ ପାଳ, ପୂର୍ବତନ ପ୍ରଧାନ ଶିକ୍ଷକ ପୀତବାସ ପାତ୍ର, ପାଲାକାର ବଟକୃଷ୍ଣ ବେହେରା, ସିଆରସିସି ନିବେଦିତା ପରିଡା ପ୍ରମୁଖ ଯୋଗଦେଇ ମା' ପାଇଁ ଗଛଟିଏ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସସରରେ ବିଦ୍ୟାଳୟ ପରିସରରେ ଅତିଥିମାନେ ବିଭିନ୍ନ କିସମର ଚାରାରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଧନେଶ୍ୱର ରାଉତ, ଅଭାରାଣୀ ମହାନ୍ତି ଓ ଫକୀର ସେଠୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଦେଉଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ମଲ୍ଲିକ, ଶେଫାଳିକା ମହାନ୍ତି, ଶିକ୍ଷକ ବୈକୁଣ୍ଠ ପ୍ରଧାନ, ନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande