ଭଦ୍ରକ ଜିଲ୍ଲା ଲେଭଲ (ଏ) ଶିକ୍ଷକ ସଂଘ ଗଠିତ
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷପ ଗ୍ରହଣ କରୁଅଛନ୍ତି କିନ୍ତୁ ପ୍ରାଥମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନାହିଁ। ବର୍ତମାନର ଲୋକଙ୍କ ସରକାର ପ୍ରାଥମିକ ଶିକ୍ଷାକୁ ସର୍ବାଗ୍ରେ ଧ୍ୟାନ ଦେଉ ଅଛନ
BHADRAK ZILLA LEVEL A SIKHYAKA SANGHA


ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷପ ଗ୍ରହଣ କରୁଅଛନ୍ତି କିନ୍ତୁ ପ୍ରାଥମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନାହିଁ। ବର୍ତମାନର ଲୋକଙ୍କ ସରକାର ପ୍ରାଥମିକ ଶିକ୍ଷାକୁ ସର୍ବାଗ୍ରେ ଧ୍ୟାନ ଦେଉ ଅଛନ୍ତି ତେଣୁ ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ବେତନର ସଂଶୋଧନ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପ୍ରାଥମିକ ଶିକ୍ଷକଙ୍କ ମନରେ କୁଠାରଘାତ କରିଛି ଏହାର ବିରୋଧ କରି ସ୍ଥାନୀୟ ବାଇପାସ୍‌ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରକୋଷ୍ଟରେ ବରିଷ୍ଠ ଶିକ୍ଷକ କୃତିବାସ ରାଉତଙ୍କ ଆବାହକରେ ଓ ସୁଭେନ୍ଦୁ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଜିଲ୍ଲା ଲେଭଲ ଭି (ଏ) ଶିକ୍ଷକ ସଂଙ୍ଘ ଗଠିତ ହୋଇଅଛି। ଏଥିରେ ୩ଟି ବ୍ଲକରୁ ପ୍ରାୟ ୨୦୦ଜଣ ଲେଭଲ ଭି (ଏ) ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦାନ କରି ଥିଲେ। ସର୍ବ ସମୃତି କ୍ରମେ । ଜ୍ୟୋତିର୍ମୟ ଅଗସ୍ତିଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। ସୁଧିର କୁମାର ବାରିକ ସଂପାଦକ ଭାବରେ । ବ୍ୟୋମକେଶ ପରିଡ଼ା ମହାସଚିବ କୋଷାଧକ୍ଷ ପ୍ରଶାନ୍ତ କୁମାର ବାରିକ। ଉପସଭାପତି ଭାବରେ ବିପନ ବିହାରୀ ଜେନା ,ତପନ କୁମାର ସାହୁ , ଆନନ୍ଦ ମହାଳିକ, ସଞ୍ଜିବ ମହାନ୍ତି, ମାନିନୀ ପରିଡ଼ା, ପିତାମ୍ବର ମିଶ୍ର, ଦେବାଶିଷ ମୁଦୁଲ, ଶ୍ରୀଧର ପଣ୍ଡା, ସଞ୍ଜୟ ବିନ୍ଧାଣୀ ଓ ଓମ୍ ପ୍ରକାଶ ନାୟକଙ୍କୁ ଚୟନ କରାଯାଇଥିଲ। ସହ ସମ୍ପାଦକ ରୂପେ ପ୍ରଦୀପ କୁମାର ପଲାଇ, ଚନ୍ଦ୍ରଶେଖର ମୁଦୁଲ, ସ୍ୱର୍ଣ୍ଣପ୍ରଭା ନାୟକ,ଅର୍ଜୁନ ଦାସ, ରମକୃର୍ଷ୍ଣ ବାରିକ, ସନ୍ତୋଷ ମଲ୍ଲିକ,ଦିଲ୍ଲୀପ ସାହୁ, ଦେବାଶିଷ ନାଥ,ଦେବେନ୍ଦ୍ର କବି, ଧାରଗାନିର୍ଜିଂ ସମ୍ପାଦିକ ଭାବରେ ସାଫଲ୍ୟ ମହାଳିକ ବିନାନ ଦାସ, ସୁବ୍ରତ ଧଳ, ଗିରିଜା ଶଙ୍କର ଲେଙ୍କା, ଶୁସାନ୍ତ ପଣ୍ଡା,ଗଣମାଧ୍ୟମ ପ୍ରମୁଖ ହିସାବରେ ପରମେଶ୍ୱର ପୃଷ୍ଟି, ଜୟଦେବ ସେନାପତି, ମାନସ ରଞ୍ଜନ ନାୟକ,ଜୟନ୍ତ କୁମାର ଜେନା, ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀ ଭାବରେ ବରିଷ୍ଠ ଶିକ୍ଷକ ଶୁଭେନ୍ଦୁ କୁମାର ବିଶ୍ୱାଳ ପ୍ରଦୀପ ସେଠୀ, କୃତିବାସ ରାଉତ, ପ୍ରଭାସ ପଣ୍ଡା, ଅଶୋକ କୁମାର ଦାସଙ୍କୁ ରଖାଯାଇଥିଲା। ରାଜ୍ୟ ନେତୃ ମଣ୍ଡଳୀଙ୍କ ସହ ସର୍ବଦା ଯୋଗାଯୋଗ କରୁଥିବା ଦୁଇଜଣ ଶିକ୍ଷକ ଅଜିତ୍ କୁମାର ମହାରଣା, ଓ ପ୍ରକାଶ ନାରାୟଣ ଜେନାଙ୍କୁ ରାଜ୍ୟ କୋର କମିଟି ସଦସ୍ୟ ରୂପେ ମନୋନୀତ କରାଯାଇଛି। ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ସରକାର ପ୍ରାଥମିକ ଶିକ୍ଷକଙ୍କର ଦୁଇଟି ନାବି ଯଥା:- ୪୨୮୦ ଗ୍ରେଡ଼ପେ ୬ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରିରେ ଗଣନା କରିବା ସହିତ ୬ଟି ନେସନାଲ ଇନକମେଣ୍ଟ ନଦେଲେ ରାଜ୍ୟସ୍ତରୀୟ ଆନ୍ଦୋଳନରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ସର୍ବଶେଷରେ ଅଜିତ କୁମାର ମହାରଣା ଧନ୍ୟବାଦ ଦେଇ ସଭା କାର୍ଯ୍ୟକୁ ଶେଷ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande