ପାଟନା, ୨୯ ଅଗଷ୍ଟ(ହି.ସ.) – ବିହାରର ଦରଭଙ୍ଗାରେ ମହାମେଂଟର ଭୋଟର୍ ଅଧିକାର ଯାତ୍ରା ମଂଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅମର୍ଯ୍ୟାଦିତ ଟିପ୍ପଣୀ କରିଥିବା ଯୁବକକୁ ଗିରଫ କରିନିଆଯାଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ଜିଲ୍ଲା ଅଧ୍ୟକ୍ଷ ଆଦିତ୍ୟ ନାରାୟଣ ଝା ସିମରୀ ଥାନାରେ ତା’ ବିରୁଦ୍ଧରେ ଆବେଦନ ଦେଇଥିଲା। ପ୍ରଧାନମନ୍ତ୍ରୀ ଉପରେ ଅମର୍ଯ୍ୟାଦିତ ଭାଷାର ପ୍ରୟୋଗ କରିଥିବା ଯୁବକଙ୍କ ପରିଚୟ ସିଂହୱାଡ଼ା ଥାନା କ୍ଷେତ୍ରର ଭୋପୁରା ଗାଆଁ ନିବାସୀ ମୋହମ୍ମଦ ରିଜବୀ ଓରଫ ରଜା(୨୦ ବର୍ଷ) ପିତା ମୋହମ୍ମଦ ରୂପେ ଜଣାପଡ଼ିଛି। ଘଟଣାର ସୂଚନା ମିଳିବା ପରେ ଦରଭଙ୍ଗା ପୋଲିସ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ଗୁରୁବାର ଡେରି ରାତିରେ ଚଢ଼ାଉକରି ମୋହମ୍ମଦ ରିଜୱିକୁ ତା’ର ଗାଆଁରୁ ଗିରଫ କରିଛି। ଏହି ଘଟଣା ବିଠୌଲି ଛକରେ କଂଗ୍ରେସର ଭୋଟର୍ ଅଧିକାର ଯାତ୍ରା ସମୟରେ ଘଟିତ ହୋଇଥିଲା। ଏହି ଆପତିଜନକ ଟିପ୍ଣୀ ଉପରେ ଦରଭଙ୍ଗା ଭାଜପାର ଜିଲ୍ଲା ଅଧ୍ୟକ୍ଷ ଆଦିତ୍ୟ ନାରାୟଣ ଝା ମହାମେଂଟର ନେତା ମୋହମ୍ମଦ ନୌସାଦ, ପିତା ମୋହମ୍ମଦ ଅରଶଦ, ଗାଁ ଦେୱରା ବନ୍ଦୋଲି ଥାନା ଜାଲେ ବିରୁଦ୍ଧ ସିମରୀ ଥାନାରେ ଆବେଦନ କରିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି