ପିକଅପ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଗଞାମ, ୨୯ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସଦରଥାନା ବାଲିପଡା ବାଇଗଣ ବାଡି ନିକଟରେ ଆଜି ଅପରାହ୍ନରେ ବାଇକକୁ ପିକ୍ ଅପ ଭ୍ଯାନ ଧକ୍କଦେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଖଲିଂଗ ଗ୍ରାମର କୃଷ୍ଣ ସେଠୀ ଓ ସନାତନ ସୁଆଁସିଆ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟ
ପିକଅପ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ


ଗଞାମ, ୨୯ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସଦରଥାନା ବାଲିପଡା ବାଇଗଣ ବାଡି ନିକଟରେ ଆଜି ଅପରାହ୍ନରେ ବାଇକକୁ ପିକ୍ ଅପ ଭ୍ଯାନ ଧକ୍କଦେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଖଲିଂଗ ଗ୍ରାମର କୃଷ୍ଣ ସେଠୀ ଓ ସନାତନ ସୁଆଁସିଆ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ପିକଅପକୁ ଜବତ କରିଛି। ମୃତକ ଦୁଇ ଜଣଙ୍କ ଶବ ବ୍ଯବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande