କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - ଧରଣଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ଦର୍ଶନ ବିଭାଗ ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଛି । ପ୍ରଥମ ଦିନ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଫେସର୍ ଅଜିତ୍ କୁମାର ବେଉରା ଆଇ .ଆଇ .ଟି ( ଆଇ ଏସ ଏମ୍ ) ଧାନବାଦ୍, ଝାଡଖଣ୍ଡ। ସେ ତାଙ୍କ ଅଭିଭାଷଣ ରେ ସବୁମଣିଷ ଙ୍କ ଉପରେ ଭାରତୀୟ ସଂସ୍କୃତି ଏବଂ ଭାରତୀୟ ଦର୍ଶନ ର ପ୍ରଭାବ ପଡିଛି ତା ଉପରେ ବିଶ୍ୱାସ ରଖି ସମ୍ପୂର୍ଣ ମାନବ କିପରି ହୋଇଥାଏ ତାହା ଉପରେ ଟିପଣୀ ରଖିଲେ। ଧରଣୀଧର ବିଶ୍ୱବିଦ୍ୟାଳୟ ସ୍ନାତକୋତର ପରିଷଦ ଅଧକ୍ଷ ତଥା ଦର୍ଶନ ବିଭାଗର ମୁଖ୍ୟ ପ୍ରଫେସର ପ୍ରଭୁ ପ୍ରାସାଦ ଦାସ୍ ସମ୍ମିଳନୀ କୁ ପରିଚାଳନା କରିଥିଲେ ଓ ତାଙ୍କ ଅଭିଭାଷଣ ରେ ଭାରତୀୟ ଦର୍ଶନ ର ଗୁରୁତ୍ୱ ଉପରେ ଅଭିମତ ରଖିଥିଲେ। ସହକାରୀ ପ୍ରାଧ୍ୟାପକ ଡକ୍ଟର ନରେଶ କୁମାର ବେହେରା ଜାତୀୟ ସମ୍ମିଳୀର ସମ୍ପୂର୍ଣ ବିସୟ ବସ୍ତୁ ପ୍ରଦାନ କରିଥିଲେ। ଦ୍ୱିତୀୟ ଦିନରେ ଯୋଗ ଦେଇଥିଲେ କେନ୍ଦ୍ରାପଡ଼ା ସ୍ୱୟଂସାସିତ ମହାବିଦ୍ୟାଳୟ ର ପ୍ରଫେସର୍ ସତ୍ୟରଞ୍ଜନ ମିଶ୍ର, ସେ ତାଙ୍କ ଅଭିଭାଷଣ ରେ ଅମର ଆତ୍ମା ଉପରେ ଦିଗ୍ ଦର୍ଶନ ଦେଇଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନେ , ନିଜ ନିଜ ଗବେଷଣା ପତ୍ର ଆଲୋଚନା କରିଥିଲେ, ଶେଷରେ ଡକ୍ଟର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA