ବଲାଙ୍ଗିର, ୨୯ ଅଗଷ୍ଟ (ହି.ସ.)- ଟିଟିଲାଗଡ ରେଲୱେ ପୋଲିସ କର୍ମଚାରୀଙ୍କ ମୃତଦେହ ଜଗୁଆ ଗାଁର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭକ୍ତ କର । ସେ ଟିଟିଲାଗଡ ରେଲୱେ ପୋଲିସରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ନୂଆଁଖାଇ ପାଇଁ ନିଜ ଗାଁ କଳାହାଣ୍ଡିର କୋଟା ଗାଁକୁ ଯାଇଥିଲେ। ତେବେ ଗତକାଲି ନୂଆଖାଇ ପାଳନ କରି ନିଜ ମୋଟର ସାଇକେଲ ଯୋଗେ ଟିଟିଲାଗଡକୁ ଫେରୁଥିଲେ । ହେଲେ ସେ ଟିଟିଲାଗଡରେ ପହଞ୍ଚି ନ ଥିଲେ । ଆଜି ସକାଳୁ ଟିଟିଲାଗଡ଼ ଥାନା ଜଗୁଆ ଗ୍ରାମ ନିକଟରେ ଥିବା ଏକ ପୋଖରୀ ନିକଟ ଚାଷ ଜମିରେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ମଟର ସାଇକଲଟି ପଡିଥିଲା । ସ୍ଥାନୀୟ ଗ୍ରାମବାସୀ ମୃତଦେହ ପଡିଥିବାର ଦେଖିଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ପହଞ୍ଚି ଟିଟିଲାଗଡ ଡାକ୍ତର ଖାନାକୁ ଭକ୍ତଙ୍କୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ପୋଲିସ ଦୁର୍ଘଟଣା ଘଟିଥିବା ସନ୍ଦେହ ପ୍ରକାଶ କରିଛି । ମୃତ୍ୟୁକୁ ନେଇ ଟିିଟିଲାଗଡ଼ ଡିଏସପି ଯଶୋବନ୍ତ ପ୍ରଧାନୀ ବର୍ତ୍ତମାନ ତଦନ୍ତ ଜାରି ରହିଥିବା କହିଛନ୍ତି।
-
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ