କୋରେଇ, ୨୯ ଅଗଷ୍ଟ(ହି.ସ) - ପାଣିକୋଇଲି ଥାନା ଅମୃତିଆ ପଂଚାୟତ ଅନ୍ତର୍ଗତ ରଙ୍ଗରଙ୍ଗା ଗ୍ରାମରେ ଗଣେଶ ମୂର୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ସ୍ଥାନୀୟ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ପ୍ରକାଶଯେ କୋରେଇ ବ୍ଲକ ଅନ୍ତର୍ଗତ ଅମୃତିଆ ପଂଚାୟତର ରଙ୍ଗରଙ୍ଗା ଗ୍ରାମର ପ୍ରହଲ୍ଲାଦ ଉଚ୍ଛ ବିଦ୍ୟାପୀଠରେ ଆଜି ଦିନ ୧୧ଟା ସମୟରେ ଗଣେଶ ମୂର୍ତି ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥି ନିମନ୍ତେ ଗଣେଶଙ୍କ ମୁର୍ତିଙ୍କୁ ଧରି ବିଦ୍ୟାଳୟର ପ୍ରାୟ ଦଶ ଜଣ ପିଲା ସ୍ଥାନୀୟ ଏକ ପୋଖରୀକୁ ବିସର୍ଜ୍ଜନ ନିମନ୍ତେ ଯାଇଥିଲେ । ତେବେ ବିସର୍ଜନ ସାରି ଗାଧୋଇବା ବୋଳକୁ ଜଣକ ପରେ ଜଣେ ପୋଖରୀର ଗଭୀର ଜଳରେ ବୁଡ଼ିଯାଇଥିଲେ। ଖବର ପାଇ ସ୍ଥାନୀୟ ବାସିନ୍ଦା ମାନେ ପୋଖରୀ ଭିତରୁ ୯ ଜଣ ଛାତ୍ରକୁ ଉଦ୍ଧାର କରିଥିବା ବେଳେ ୮ମ ଶ୍ରେଣୀରେ ଅଧ୍ୟୟନ ରତ ସେହି ଗ୍ରାମର ବସନ୍ତ କୁମାର ସାହୁଙ୍କ ପୁଅ ସତ୍ୟ ପ୍ରକାଶ(୧୩)କୁ ଖୋଜି ପାଇ ନଥିଲେ । ପରେ ବହୁତ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଗ୍ରାମବାସୀ ମାନେ ସତ୍ୟକୁ ପୋଖରୀର ଗଭୀର ଜଳରୁ ଉଦ୍ଧାର କରି ଉପରକୁ ଆଣି ସଙ୍ଗେ ସଙ୍ଗେ ।ବୌତରଣୀରୋଡ ସ୍ୱାସ୍ତ୍ୟ କେନ୍ଦ୍ର ଓ ପରେ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ଡ଼ାକ୍ତର ସତ୍ୟକୁ ମୃତ ଘୋଷଣା କରିଥିଲେ। ଏ ନେଇ ସତ୍ୟର ପରିବାର ଲୋକମାନେ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୨୮/୨୫ ଋଜୁ କରି ସତ୍ୟର ଶବକୁ ଯାଜପୁର ମୂଖ୍ୟ ଚିକିତ୍ସାୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସତ୍ୟପ୍ରକାଶର ଅକାଳ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତ ଶରୀର ଗାଁକୁ ଆଣି ଶୋକାକୂଳ ପରିବେଶରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ଅପାପକ୍ଷେ ବିଦ୍ୟାଳୟରେ ଶିକ୍ଷକ ନଥାଇ କିପରି ଛାତ୍ରମାନେ ବିସର୍ଜ୍ଜନ କଲେ ତାହା ତନ୍ତ ସାକ୍ଷେପ । ବିଦ୍ୟାଳୟର ଠାକୁର ପହଂଚିବା ପରେ ଗ୍ରାମର ଏକ ଗଣେଷ ମୂର୍ତି ମଧ୍ୟ ସେହି ପୋଖରୀରେ ବିସର୍ଜ୍ଜନ କରାଯାଉଥିଲା । ଗହଳୀ ମଧ୍ୟରେ ଛାତ୍ରମାନେ ପୋଖରୀରେ ବୁଡୁଥିଲେ । ତା ମଧ୍ୟରେ ସମସ୍ତେ ଉଠି ଆସିଥିବା ବେଳେ ସତ୍ୟପ୍ରକାଶ ବୁଡି ମୃତ୍ୟୁବରଣ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ