କାର୍ଯ୍ୟକ୍ଷମ ହେଇ ପାରୁନି ସରକାରୀ ବସଷ୍ଟାଣ୍ଡ
କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - କେନ୍ଦୁଝର ସହରରେ ପୁରୁଣା ସହର ଠାରେ ଅତ୍ୟାଧୁନିକ ନୂଆ ବସଷ୍ଟାଣ୍ଡ ହେଇଥିଲା। ବାର ବର୍ଷ ବିତିଲା ପରେ ମଧ୍ୟ ପ୍ରଶାସନ ତାହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିପାରିଲାନି। କେନ୍ଦୁଝରଗଡ଼ ପୌରପାଳିକାକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ଦେଇଥିଲେ। ହେଲେ ଏତେ ବଢ଼ିଆ ବସଷ୍ଟ
କାର୍ଯ୍ୟକ୍ଷମ ହେଇ ପାରୁନି ସରକାରୀ ବସଷ୍ଟାଣ୍ଡ


କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - କେନ୍ଦୁଝର ସହରରେ ପୁରୁଣା ସହର ଠାରେ ଅତ୍ୟାଧୁନିକ ନୂଆ ବସଷ୍ଟାଣ୍ଡ ହେଇଥିଲା। ବାର ବର୍ଷ ବିତିଲା ପରେ ମଧ୍ୟ ପ୍ରଶାସନ ତାହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିପାରିଲାନି। କେନ୍ଦୁଝରଗଡ଼ ପୌରପାଳିକାକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ଦେଇଥିଲେ। ହେଲେ ଏତେ ବଢ଼ିଆ ବସଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହେଲା ଶେଷରେ ନଗରପାଳିକା ଏହାକୁ ସରକାରଙ୍କୁ ତୁମ ଜିନିଷ ନେଇ ଯାଅ, ଆମେ ତ ଆମ ଜିନିଷ ସମ୍ଭାଳି ପାରୁନୁ ନୀତିରେ ଫେରେଇ ଦେଲେ ବୋଲି ପୂର୍ବତନ ସଦର ବିଧାୟକ ତଥା ରାଜ୍ୟ କଂଗ୍ରେସ ସମ୍ପାଦକ ସୁବର୍ଣ୍ଣ ନାୟକ ଓ ପୂର୍ବତନ କେନ୍ଦୁଝରଗଡ଼ ପୌରପାଳ ପ୍ରଭଞ୍ଜନ ପଟ୍ଟନାୟକ ସଂଗୀନ ଅଭିଯୋଗ କରିଛନ୍ତି। ତେଣୁ ବସରେ ଆସି ଘରେ ପହଁଚିବେ ବୋଲି ଆଶା ବାନ୍ଧି ôବା ପୁରୁଣା ସହର ଲୋକଙ୍କ ଆଶା ଅଧୁରା ରହିଲା। ଏବେ କୁଆଡ଼େ ଏହାକୁ ପୁନଃରୁଦ୍ଧାର କରି ବ୍ୟାଟେରୀ ବସ ଲାଗି ବସଷ୍ଟାଣ୍ଡ କରିବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ଠିକାରେ ନେଇ କାମ ଆରମ୍ଭ ହେଲାଣି। ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ସମ୍ପାଦକ ସୁବର୍ଣ୍ଣ ନାୟକ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande