କନ୍ଧମାଳ, ୨୯ ଅଗଷ୍ଟ (ହି.ସ.)- ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ ଅନୁଷ୍ଠାନର ଆକଳନ ଅନୁଯାୟୀ ଏଚ୍.ଆଇ.ଭି. ସଂକ୍ରମଣକୁ କମାଇବାକୁ ହେଲେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢାଇବାର ଆବଶ୍ୟକତା ଅଛି । ଏଥିପାଇଁ ଅଗଷ୍ଟ ୧୨ ତାରିଖ ଠାରୁ ଅକ୍ଟୋବର ମାସ ୧୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଇନ୍ଟେସିଫାଏଡ ଆଇ.ସି./ବିସି.ସି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାକି ଅଧିକ ଜନସାଧାରଣ ଙ୍କୁ ସଂକ୍ରମଣ ର ମାଧ୍ୟମ ଜଣାଇ ସେଥିରୁ ସତର୍କ ରହି ସଂକ୍ରମଣକୁ ରୋକିବାରେ ସହାୟକ ହେବା ସହିତ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସାର ଉପାୟ ବିଷୟରେ ସୂଚନା ପହଂଚାଇବ । ଏହି ପରିପ୍ରେକ୍ଷିରେ ଆଜି ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’, କନ୍ଧମାଳଙ୍କ ମିଳିତ ସହଯୋଗ ରେ ଜି.ଉଦୟଗିରି ଅଂଚଳ ଅର୍ନ୍ତଗତ ଡୁଗୁରିପାରି ଓ ତାରାବାଡି ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ସଚେତନତା ବାର୍ତା ପହଂଚାଯାଇ ପାରିବ ଏବଂ ଏଚ୍.ଆଇ.ଭି. ସଂକ୍ରମଣକୁ ରୋକାଯାଇ ପାରିବ । ସଂପାଦକ ହରି ଶଙ୍କର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର ଯୋଗଦେଇ ସଂକ୍ରମଣ ର ବିଭିନ୍ନ ମାଧ୍ୟମ ଏବଂ ତା'ର ସତର୍କତା ବିଷୟରେ ଜଣାଇବା ସହ ଯୌନ ସଂକ୍ରମଣ ରୋଗର କାରଣ ଓ ନିରାକରଣ ଉପାୟ ଗୁଡିକୁ ବୁଝାଇଥିଲେ । ବିଶେଶ ପ୍ରଚାର ଅଭିଜାନ ର ଅଂଶସ୍ୱରୂପ ସଚେତନତା ବୈଠକ, ବିଭିନ୍ନ ଉଦାହରଣ ଏବଂ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଅଧିକ ପ୍ରଚାର ପ୍ରଶାର ପାଇଁ ଚେଷ୍ଟା କରାଯାଇଛି । ସେହିପରି ଫିରିଙ୍ଗିଆ ମହାବିଦ୍ୟାଳୟରେ ସିତା ରଣାଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କାର୍ଯ୍ୟକ୍ରମକୁ ସମସ୍ତ ଅପହଂଚ ଅଂଚଳରେ ପହଂଚାଇ ଅଧିକରୁ ଅଧିକ ସଚେତନତା ପାଇଁ ଲକ୍ଷ୍ୟ ରଖାଯାଇଥିବା କଥା ସୂଚନାରୁ ଜଣାପଡିଛି ।
ପରିଚାଳନାରେ କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ ଓ ରୁପିନା ଦିଗାଲ ସହଯୋଗ କରିଥିବା ବେଳେ ସ୍ଥାନୀୟ ଆଶାକର୍ମୀ ମାମି ସାହୁ ଓ ଅନୁସୟା କୁମାରୀ ଦିଗାଲ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ