ଶିମଳା 29 ଅଗଷ୍ଟ
(ହି.ସ)-ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ମୁଷଳଧାର ବର୍ଷା ଏବଂ ଭୁସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି
ହୋଇଛି।ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ମଣିମହେଶ ଯାତ୍ରା ସମୟରେ ଏପର୍ଯ୍ୟନ୍ତ 11ଜଣ
ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇସାରିଛି।ସେମାନଙ୍କ ମଧ୍ୟରୁ ତିନୋଟି ମୃତଦେହ ଏପର୍ଯ୍ୟନ୍ତ
ମିଳିନାହିଁ।ପ୍ରାୟ 10ରୁ 12 ହଜାର ଯାତ୍ରୀ ରାସ୍ତା ଭୁଶୁଡି ପଡିବା ଯୋଗୁଁ ବିଭିନ୍ନ ସ୍ଥାନରେ
ଫସିରହିଛନ୍ତି।କ୍ରମାଗତ ବର୍ଷା ଏବଂ ଭୁସ୍ଖଳନରେ ଚମ୍ବା ଭରମୌର ଜାତୀୟ ରାଜପଥ ସମେତ ଜିଲ୍ଲାର
ଶହଶହ ରାସ୍ତା ଯାତାୟତ ପାଇଁ ଅବରୁଦ୍ଧ ହୋଇଛି।ବିଦ୍ୟୁତ ଟ୍ରାନ୍ସଫରମର ଏବଂ ପାନୀୟ ଜଳ ଯୋଜନାକୁ
ମଧ୍ୟ ବ୍ୟାପକ କ୍ଷତି ହୋଇଛି।ସର୍ବାଧିକ ପ୍ରଭାବିତ ଅଞ୍ଚଳ ଜନଜାତୀୟ ପାଙ୍ଗୀ ଏବଂ ଭରମୌର
ଯେଉଁଠାରେ ଯୋଗାଯୋଗ ମଧ୍ୟ ଅନେକ ଦିନ ଧରି ବାଧାପ୍ରାପ୍ତ ହୋଇଛି।ଜିଲ୍ଲାରେ ଗତ ଚାରି ଦିନ ଧରି
ମୋବାଇଲ ଏବଂ ନେଟୱାର୍କ ସେବା ସମ୍ପୁର୍ଣ୍ଣ ବନ୍ଦ ରହିଛି ଏବଂ କେବଳ ଗତ ରାତିରୁ କିଛି ପରିମାଣର
ପୁନଃସ୍ଥାପିତ ହୋଇପାରିଥିଲା।ତଥାପି ଭରମୌର ଅଞ୍ଚଳରେ ଏପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗ ବ୍ୟବସ୍ଥା ସୁଚାରୁରୁପେ
ପୁନରୁଦ୍ଧାର କରାଯାଇନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା