କୋରେଇ ପୁଲିସକୁ ବଡ଼ ସଫଳତା ସୁନା ଚୋରି ମାମଲାରେ ମହିଳାଙ୍କ ସମେତ ୫ ଗିରଫ
କୋରେଇ, ୨୯ ଅଗଷ୍ଟ(ହି.ସ) - କୋରେଇ ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ୧୫୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ସେମାନେ ହେଲେ ଯାଜପୁରରୋଡ଼ ଥାନା ହୁଡ଼ିସାହି ଅଂଚଳର ବୁଟୁରୁ ଦାସ (୨୭
କୋରେଇ ପୁଲିସକୁ ବଡ଼ ସଫଳତା ସୁନା ଚୋରି ମାମଲାରେ ମହିଳାଙ୍କ ସମେତ ୫ ଗିରଫ


କୋରେଇ, ୨୯ ଅଗଷ୍ଟ(ହି.ସ) - କୋରେଇ ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ୧୫୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ସେମାନେ ହେଲେ ଯାଜପୁରରୋଡ଼ ଥାନା ହୁଡ଼ିସାହି ଅଂଚଳର ବୁଟୁରୁ ଦାସ (୨୭), ରବୀନ୍ଦ୍ର ପାତ୍ର (୩୦), ସୁଭମ ଓଝା (୨୧), ଯୋଗୀସାହି ଅଂଚଳର ମଂଟୁ ମୁଣ୍ଡା (୨୨) ଏବଂ ମୋହରମ୍‌ସାହି ଅଂଚଳର ଅଜମିରା ବିବି (୩୫)। ଆଜି କୋରେଇ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଲକ୍ଷ୍ମୀଧର ସ୍ୱାଇଁ ଏବଂ କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ଘଟଣା ମୁତାବକ; ଗତ ଜୁଲାଇ ମାସରେ କୋରେଇ ଥାନା କହ୍ନେଇପୁର ସ୍ଥିତ ତ୍ରିପାଠୀ ଲେନ୍‌ରେ ରହୁଥିବା କାର୍ତିକ ଚନ୍ଦ୍ର ବେହେରାଙ୍କ ଘରୁ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଥିଲା। ଘରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତମାନେ ଘରର ତାଲା ଭାଙ୍ଗି ଆଲମିରାରେ ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ସେହିପରି ଚଳିତ ମାସ ୧୯ ତାରିଖରେ ସନ୍ତରା ସ୍ଥିତ ଅଷ୍ଟନାମି ଆପାର୍ଟମେଂଟରେ ରହୁଥିବା ନିର୍ମଳ କୁମାର ପଣ୍ଡାଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଥିଲା। ଉଭୟ ଘଟଣାରେ କୋରେଇ ପୁଲିସ ୨୨୯/୨୫ ଏବଂ ୨୮୩/୨୫ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ହୁଡ଼ିସାହିର ବୁଟୁରୁ ନାଁରେ ପୂର୍ବରୁ ଯାଜପୁରରୋଡ଼ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ପୁଲିସ ବୁଟୁରୁ ଉପରେ ନଜର ରଖିଥିଲା। ପରେ ବୁଟୁରୁର କିଛି ସହଯୋଗୀଙ୍କ ସନ୍ଧାନ ମିଳିଥିଲା। ଗତକାଲି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ୧୫୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ଜବତ ଅଳଙ୍କାର ମଧ୍ୟରେ ସୁନା ବ୍ରେସ୍‌ଲେଟ୍‌, କାନଫୁଲ, ମୁଦି, ଚେନ୍‌, ମଙ୍ଗଳସୁତ୍ର ଏବଂ ନେକ୍‌ଲେସ ଆଦି ରହିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande