କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲାରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାରର ସୁଷମ ବଂଟନ କରିବା ପାଇଁ ଶୁକ୍ରବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟବାନ୍ ସୋରେନଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି।
ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୧୪ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିଲା ବେଳେ ବର୍ତମାନ ସୁଦ୍ଧା ୧୮ ହଜାର ୬୬୫ ମେଟ୍ରିକ୍ ଟନ୍ ସାର ଆସିଛି। ଡିଏପି ସାର ୧୦ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୧୦ ହଜାର ୬୯ ମେଟ୍ରିକ୍ ଟନ୍ ସାର ଆସିଛି। ଏନପିକେ ଏସ ସାର ୨ ହଜାର ୯୪୦ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୩ ହଜାର ୬୬୭ ମେଟ୍ରିକ୍ ଟନ୍ ସାର ଆସିଛି। ପଟାସ ସାର ୨ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୯୩୧ ମେଟ୍ରିକ୍ ଟନ୍ ଆସିଛି। ଆଗକୁ ଯୁଦ୍ଧକାଳୀନ ଭିତିରେ ସାରର ଆମାଦାନୀ କରାଯାଇ ଚାଷୀ ମାନଙ୍କ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଆଲୋଚନା ସମୟରେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଆଗୁଆ ଲଗାତାର ବର୍ଷା କାରଣ ରୁ ଚାଷ କାମ ବହୁ ଆଗରୁ ଆରମ୍ଭ ହେବା କାରଣରୁ ସାରା ଯୋଗାଣରେ କିଛି ସ୍ଥାନରେ ସାମାନ୍ୟ ଅସୁବିଧା ହେଇଥିବା ର ଅଭିଯୋଗ ଆସିଥିଲେ ବି ତାକୁ ଯଥାଶିଘ୍ର ସମାଧାନ କରାଯିବାକୁ ରାଜ୍ୟ ସଭାପତି ମହେଶ୍ୱର ସାହୁ ଆଲୋଚନା ସମୟରେ କହିଛନ୍ତି। ଚାଷୀ ମାନଙ୍କୁ ସାର ସୁଶମ ବଂଟନ ରେ ଯେଉଁ ମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଚେତାବନୀ ଦେଇଛନ୍ତି। ସାର ମନୁଷ୍ୟକୃତ ଅଭାବୀ ବିକ୍ରି ପାଇଁ ଓ କଳା କଳା ବଜାରି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ଆବଶ୍ୟକତା ଠାରୁ ପର୍ଯ୍ୟାପ୍ତ ପରିମାଣର ସାର ସରକାର ଯୋଗାଇ ଦେଇଥିବା ବେଳେ କିଛି କୁଚକ୍ରୀ ତଥା ଅସାଧୁ ଡିଲର ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ ଚଳାଇ ଥିବା କହିଛନ୍ତି ରାଜ୍ୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ। ଏହି ଆଲୋଚନା ସମୟରେ କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ, ରାଜ୍ୟ ସଂଯୋଜକ ସୁଧାକର ସାହୁ,ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶିରିଶ କୁମାର ସାହୁ, ବିଜେପି ଲୋକସଭା ମିଡିଆ ପ୍ରମୁଖ ବ୍ରଜକିଶୋର ରାୟ, ଗଦାଧର ମହାନ୍ତ, କୈଳାଶ ଚନ୍ଦ୍ର ନାୟକ, ହିମାଂଶୁ ଶେଖର ପୁହାଣ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA