ମାଇ ଭାରତ ଫୁଲବାଣୀ ତରଫରୁ ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ
National Sports Day Observation By My Bharat
ଫୋଟ


କନ୍ଧମାଳ, ୨୯ ଅଗଷ୍ଟ (ହି.ସ.)- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ଫୁଲବାଣୀ ତରଫରୁ ଗୁଟିଙ୍ଗିଆ ଠାରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଟିଙ୍ଗିଆ ର ସ୍ବାସ୍ଥ୍ୟ ଅଧିକାରୀ ହିମାଂଶୁ ଶେଖର ଉପାଧେୟ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟ ଅର୍ଚ୍ଚନା ଭୋଇ, ବନ ବିଭାଗ ଅଧିକାରୀ ଗୁଟିଙ୍ଗିଆ ର ସମୀର କୁମାର ନାୟକ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ଦିବସରେ ଏକ ବନ୍ଧୁତା ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଗୁଟିଙ୍ଗିଆ ଫୁଟବଲ୍ ଟିମ୍ ଓ ପାବୁରୀଅl ଫୁଟବଲ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଟିଙ୍ଗିଆ ଫୁଟବଲ୍ ଟିମ୍ ୨- ୦ ଗୋଲ ରେ ପାବୁରିଅl ଫୁଟବଲ୍ ଟିମ୍ କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ରେ ଚମ୍ପିୟାନ ଓ ଉପ ବିଜେତା ଟିମ୍ କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l

ବୈଠକରେ ବାନିଶ୍ରୀ ୟୁଥ୍ କ୍ଳବ୍ ଗୁଟିଙ୍ଗିଆ ର ସଭ୍ୟ ରାସ ବିହାରୀ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ କାମାକ୍ଷା ପ୍ରସାଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande