ପାଟନା
29 ଅଗଷ୍ଟ (ହି.ସ)-ଆଇଏନଡିଆଇ (ଇଡି)ର ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ ମାଙ୍କବିଷୟରେ ଦିଆଯାଇଥିବା ବିବୃତ୍ତିକୁ ବିହାରର ମୁଖ୍ୟମନ୍ତ୍ରୀ
ନିତିଶ କୁମାର କଡା ଶବ୍ଦରେ ନିନ୍ଦା କରିଛନ୍ତି।ଶୁକ୍ରବାର ସକାଳେ ସେ ଏକ ଟ୍ୱିଟ କରି ରାଷ୍ଟ୍ରୀୟ
ଜନତା ଦଳ (ଆରଜେଡି)ଏବଂ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ନିତିଶ ତାଙ୍କ
ଟ୍ୱିଟରେ କହିଛନ୍ତି ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା ବିଷୟରେ
ଦିଆଯାଇଥିବା ବୟାନ ଅତ୍ୟନ୍ତ ଅଶୋଭନୀୟ।ସେ ଟ୍ୱିଟ କରି କହିଛନ୍ତି ଦରଭଙ୍ଗାରେ ଭୋଟର ଅଧିକାର
ଯାତ୍ରା ସମୟରେ କଂଗ୍ରେସ ଏବଂ ଆରଜେଡିର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ
ତାଙ୍କ ନିଜ ମାତାଙ୍କ ବିରୁଦ୍ଧରେ ଯେଉଁଭଳି ଅଭଦ୍ର ଭାଷାରେ ପ୍ରୟୋଗ କରାଯାଉଛି ,ତାହା ଅତ୍ୟନ୍ତ
ଅଶୋଭନୀୟ ଏବଂ ମୁଁ ଏହାର ନିନ୍ଦା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା