ଭୁବନେଶ୍ୱରକୁ ଡ୍ରଗ୍ସ ଫ୍ରି କରିବାକୁ ହେବ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର, ୨୯ ଅଗଷ୍ଟ (ହି.ସ)- ଭୁବନେଶ୍ୱର ସହରକୁ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି ଉପରେ ଅଙ୍କୁଶ ଲଗାଇବା ସମ୍ପର୍କରେ ଶୁକ୍ରବାର ଲୋକସେବା ଭବନର ସମ୍ମିଳନୀ କକ୍ଷ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷ
ଭୁବନେଶ୍ୱରକୁ ଡ୍ରଗ୍ସ ଫ୍ରି କରିବାକୁ ହେବ ସ୍ୱତନ୍ତ୍ର ଅଭିଯାନ


ଭୁବନେଶ୍ୱର, ୨୯ ଅଗଷ୍ଟ (ହି.ସ)- ଭୁବନେଶ୍ୱର ସହରକୁ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି ଉପରେ ଅଙ୍କୁଶ ଲଗାଇବା ସମ୍ପର୍କରେ ଶୁକ୍ରବାର ଲୋକସେବା ଭବନର ସମ୍ମିଳନୀ କକ୍ଷ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସିଆଇଡି-ସିବି/ଏସଟିଏଫ୍ ର ଡ଼ିଆଇଜି ଡ଼ଃ ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜ୍ୟ ପୋଲିସ ବିଭାଗ, ଅବକାରୀ ବିଭାଗ ,ବିଏମସି ଏବଂ ଏନସିବି ସହ ଆଲୋଚନା କରିଥିଲେ।

ଏହି ବୈଠକରେ ଡ୍ରଗ୍ସ ଫ୍ରୀ ଭୁବନେଶ୍ୱର, ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ , ଅବକାରୀ ,ଏନସିବି ,ବିଏମସିଙ୍କୁ ନେଇ ଗୋଟିଏ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଭୁବନେଶ୍ୱର ସହର ତଥା ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିଲା।

ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିଶା ନିବାରଣ ସହିତ ଚୋରା ନିଶାଦ୍ରବ୍ୟ ବେପାରୀମାନଙ୍କୁ ଧରିବା ପାଇଁ ନୂତନ ପ୍ରୟାସ ଓ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଆଖପାଖ ଅଂଚଳ ମାନଙ୍କରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ହୋଇଛି।

ଏହି ବୈଠକରେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା , ଅବକାରୀ ବିଭାଗର କମିଶନର ଶ୍ରୀମତୀ ପି.ଅନ୍ୱେଷା ରେଡ୍ଡୀ, ଘଉଈ ର ଆଂଚଳିକ ନିର୍ଦ୍ଦେଶକ କୁଳଦୀପ ଶର୍ମା, ଭୁବନେଶ୍ୱର -କଟକର ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande