ଉତ୍ତରାଖଣ୍ଡରେ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ,ନଦୀରେ ବନ୍ୟା ,ସଡକ କ୍ଷତିଗ୍ରସ୍ତ,ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ
ଡେରାଡୁନ, 29 ଅଗଷ୍ଟ (ହି.ସ)-ରୁଦ୍ରପ୍ରୟାଗ ଜିଲ୍ଲାର ତହସିଲ ବସୁକେଦାର ଅଞ୍ଚଳର ବେଡେଥ ଟୁଙ୍ଗର ତୋକରେ ବାଦଲ ଫାଟିବା ଯୋଗୁଁ କ୍ଷତିଗ୍ରସ୍ତର ସୁଚନା ମିଳିବା ପରେ ଜିଲ୍ଲା ଅଧିକାରୀ ପ୍ରତୀକ ଜୈନ ବିପର୍ଯ୍ୟୟ କଣ୍ଟ୍ରୋଲ ରୁମରେ ଜରୁରୀକାଳୀନ ବୈଠକ କରିଛନ୍ତି।ସେ ପ୍ରଭାବିତ ଅ
ଉତ୍ତରାଖଣ୍ଡରେ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ,ନଦୀରେ ବନ୍ୟା ,ସଡକ କ୍ଷତିଗ୍ରସ୍ତ,ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ


ଡେରାଡୁନ, 29 ଅଗଷ୍ଟ

(ହି.ସ)-ରୁଦ୍ରପ୍ରୟାଗ ଜିଲ୍ଲାର ତହସିଲ ବସୁକେଦାର ଅଞ୍ଚଳର ବେଡେଥ ଟୁଙ୍ଗର ତୋକରେ ବାଦଲ ଫାଟିବା

ଯୋଗୁଁ କ୍ଷତିଗ୍ରସ୍ତର ସୁଚନା ମିଳିବା ପରେ ଜିଲ୍ଲା ଅଧିକାରୀ ପ୍ରତୀକ ଜୈନ ବିପର୍ଯ୍ୟୟ

କଣ୍ଟ୍ରୋଲ ରୁମରେ ଜରୁରୀକାଳୀନ ବୈଠକ କରିଛନ୍ତି।ସେ ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ

ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାଧିକାରୀ ପ୍ରଭାବିତ

ଅଞ୍ଚଳରେ କ୍ଷତିଗ୍ରସ୍ତ ରାସ୍ତା କାମ ତ୍ୱରାନ୍ୱିତ କରିବାକୁ କହିଥିଲେ।ଜିଲ୍ଲା ଅଧିକାରୀ

କହିଛନ୍ତି ଯେ ଏପର୍ଯ୍ୟନ୍ତ ଯେଉଁ ସୁଚନା ମିଳିଛି ,ସେହି ଅନୁସାରେ ସ୍ୟୁର ଗ୍ରାମରେ ଏକ ଘର

କ୍ଷତିଗ୍ରସ୍ତ ହୋଇଛି ଏବଂ ଏକ ଗାଡି (ବୋଲେରୋ)ଭାସିଯାଇଛି।ବଡେଥ ,ବଗଡଧାର,ତାଳଜାମନୀ ଗ୍ରାମର

ଉଭୟ ପାର୍ଶ୍ୱରେ ପାଣି ଏବଂ ଆବର୍ଜନା ପ୍ରବାହିତ ହେଉଛି।ବିପଦକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ

ସୁରକ୍ଷିତ କରାଯାଉଛି।କିମାଣା ଗ୍ରାମରେ ଚାଷଜମି ଧୋଇଯିବା ସହିତ ରାସ୍ତାରେ ବଡ ବଡ ପଥର ଏବଂ

ଭଗ୍ନାବଶେଷ ପଡିଛି।ଅରଖୁଣ୍ଡରେ ମାଛ ପୋଖରୀ ଏବଂ କୁକୁଡା ଫାର୍ମ ଫାସି ଯାଇଥିବା ସୁଚନା

ମିଳିଛି।ଏହା ବ୍ୟତୀତ ଛେନାଗାଢ ବଜାରରେ ଭଗ୍ନାବଶେଷ ପଡିଛି ଏବଂ ଅନେକ ଯାନବାହାନ

ଭାସିଯାଇଛି।ଛେନାଗାଡ ଡୁଗର ଗ୍ରାମରେ କିଛି ଲୋକଙ୍କ ନିଖୋଜ ହେବାର ସୁଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande