ମୁମ୍ବାଇ,
29 ଅଗଷ୍ଟ (ହି.ସ)-ଚନ୍ଦ୍ରପୁର ଜିଲ୍ଲାର ରାଜୁରା ତହସିଲର କପାଗାଓଁ ନିକଟରେ ଶୁକ୍ରବାର ସକାଳେ
ଏକ ଦ୍ରୁତ ଗତି ଟ୍ରକ ଏବଂ ଏକ ଅଟୋ ରିକ୍ସା ମଧ୍ୟରେ ହୋଇଥିବାଧକ୍କାରେ ଛଅଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ଏହି
ଘଟଣାରେ ତିନିଜଣ ଆହତ ହୋଇଛନ୍ତି ,ଯେଉଁମାନଙ୍କର ଚିକିତ୍ସା ଚନ୍ଦ୍ରପୁରର ଜିଲ୍ଲା ହସ୍ପିଟାଲରେ
ହେଉଛି।ପୋଲିସ ଅନୁସାରେ ଆଜି ସକାଳେ ଦ୍ରୁତ ଗତି ଟ୍ରକ ରାଜୁରାରୁ ଖମୋନା ପଚଗାଓଁ ଯାଉଥିବାବେଳେ
ରିକ୍ସା ବିପରୀତ ଦିଗରୁ ଗଡଚନ୍ଦୁରରୁ ରାଜୁରା ଆସୁଥିଲା।ହଠାତ କପାଗାଓଁ ନିକଟରେ ଦ୍ରୁତ ଗତି ଟ୍ରକ
ଏବଂ ରିକ୍ସା ମଧ୍ୟରେ ଧକ୍କା ହୋଇଥିଲା।ଏହି ଘଟଣାରେ ଗୁରୁତର ଭାବରେ ଆହତ ତିନିଜଣଙ୍କର ଚିକିତ୍ସା
ପାଇଁ ଚନ୍ଦ୍ରପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା