ସାଂସଦ ଖେଲ୍ ମହା ଉତ୍ସବକୁ ଉଦ୍‌ଘାଟନ କଲେ ବୈଜୟନ୍ତ ପଣ୍ଡା
କେନ୍ଦ୍ରାପଡ଼ା, ୨୯ ଅଗଷ୍ଟ(ହି.ସ.) – ପ୍ରଥମଥର ପାଇଁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବାକୁ ଥିବା ସାଂସଦ ଖେଲ୍ ମହା ଉତ୍ସବକୁ କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପ ସଭାପତି ବୈଜୟନ୍ତ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଉକ୍ତ କାର
ସାଂସଦ ଖେଲ୍ ମହା ଉତ୍ସବକୁ ଉଦ୍‌ଘାଟନ କଲେ ବୈଜୟନ୍ତ ପଣ୍ଡା


କେନ୍ଦ୍ରାପଡ଼ା, ୨୯ ଅଗଷ୍ଟ(ହି.ସ.) – ପ୍ରଥମଥର ପାଇଁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବାକୁ ଥିବା ସାଂସଦ ଖେଲ୍ ମହା ଉତ୍ସବକୁ କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପ ସଭାପତି ବୈଜୟନ୍ତ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ୭ଟି ବିଧନସଭା ନିର୍ବାଚନ ମଣ୍ଡଳୀର ବହୁ ଖେଳାଳୀମାନେ ଯୋଗ ଦେଇଥିଲେ। ଆୟୋଜିତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହି, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ମହୋତ୍ସବରେ ଭାଗ ନେବାପାଇଁ ଖେଳାଳୀମାନଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହାପରେ ତ୍ରିସ୍ତରୀୟ ଖେଳ ଆରମ୍ଭ ହୋଇ ଡିସେମ୍ବର ୨୫ରେ ଶେଷ ହେବ । ଉକ୍ତ ପ୍ରତିଯୋଗିତାରେ ୮ଟି ବିଭାଗରେ ଖେଳାଳୀମାନେ ଭାଗନେଇ ପାରିବେ। ପ୍ରଥମେ ଗ୍ରାମ ପଂଚାୟତ ସ୍ତରୀୟ ଏହାପରେ ବିଧାନସଭା ସ୍ତରୀୟ ଓ ଲୋକସଭା କ୍ଷେତ୍ରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମାଂଚଳରେ ଥିବା ପ୍ରତିଭା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି କରିବା। ଏଥିରେ ଜିଲ୍ଲା ପ୍ରଶାସନ ସହ ଜନ ସାଧାରଣଙ୍କର ସହଯୋଗ ଆବଶ୍ୟକ ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉତୀର୍ଣ୍ଣ ହୋଇଥିବା ଖେଳାଳୀ ଓ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande