ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି- ଅମିତ ଶାହ
ଗୌହ୍ୱାଟୀ, 29 ଅଗଷ୍ଟ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରାଯିବା ନେଇ ରାହୁଲ୍ ଗାନ୍ଧୀ ଦେଶବାସୀ, ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମାଆଙ୍କୁ କ୍ଷମା ମାଗନ୍ତୁ । ସେ କହିଛନ୍ତି
ଦେଶବାସୀଙ୍କୁ କ୍ଷମା     ମାଗନ୍ତୁ ରାହୁଲ ଗାନ୍ଧି- ଅମିତ ଶାହ


ଗୌହ୍ୱାଟୀ, 29 ଅଗଷ୍ଟ (ହି.ସ.)- କେନ୍ଦ୍ର

ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ପାଇଁ

ଅପମାନଜନକ ଶବ୍ଦ ବ୍ୟବହାର କରାଯିବା ନେଇ ରାହୁଲ୍ ଗାନ୍ଧୀ ଦେଶବାସୀ, ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମାଆଙ୍କୁ କ୍ଷମା ମାଗନ୍ତୁ । ସେ କହିଛନ୍ତି ଯେ ରାହୁଲ

ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଏପରି ଅପଶବ୍ଦ ବ୍ୟବହାର ଦେଶର ସାର୍ବଜନୀନ ଜୀବନରେ ଖରାପ ପ୍ରଭାବ

ପକାଇଛି, ଯାହାକୁ ଦେଶର ଜନତା କେବେ ବରଦାସ୍ତ କରିବେ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍

ଶାହ ଶୁକ୍ରବାର ରାଜଧାନୀ ଗ୍ୱୌହାଟିର ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି।

ଅମିତ୍ ଶାହ କହିଛନ୍ତି ଯେ

ବିହାରରେ ରାହୁଲ ଗାନ୍ଧୀଙ୍କ ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ବିଷୟରେ ଯେଭଳି

ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଛି, ସେଥିପ୍ରତି ଦେଶ ଲଜ୍ଜିତ। ସେ

କହିଛନ୍ତି ଯେ ଯିଏ ନରେନ୍ଦ୍ର ମୋଦି ଭଳି ବିଶ୍ୱ ନେତାଙ୍କୁ ଲାଲନ-ପାଳନ କରିଛନ୍ତି, ଏଭଳି ମାତାଙ୍କ ପାଇଁ ଅପଶବ୍ଦର ବ୍ୟବହାରକୁ ଦେଶବାସୀ କେବେ କ୍ଷମା କରିବେ ନାହିଁ। ସେ କହିଛନ୍ତି

ଯେ, କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ବିରୋଧରେ ଯେତେ ଅଧିକ ଅପମାନଜନକ

ଶବ୍ଦ ବ୍ୟବହାର କରିବେ, ସେତେ ଅଧିକ ପଦ୍ମ ଫୁଲ ବଡ଼ ହୋଇ ଫୁଟିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande