ବରମୁଣ୍ଡା ଶବରସାହି ପରିଦର୍ଶନ କଲେ ସେଣ୍ଟ୍ରାଲ ଟିମ
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ବରମୁଣ୍ଡା ଶବରସାହି ପରିଦର୍ଶନ କରିଛନ୍ତି ସେଣ୍ଟ୍ରାଲ ଟିମ । ପିଏମ ଆବାସ ଯୋଜନା, ପିଏମ ସୋନିଧି ଯୋଜନାରେ ସାମିଲ ଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଛନ୍ତି । ବସ୍ତି ବାସିନ୍ଦାଙ୍କୁ ଭେଟି ସମସ୍ତେ ଘର ପାଇଛନ୍ତି ନା ନାହିଁ ଏବଂ ସେମାନଙ୍କ
ବରମୁଣ୍ଡା ଶବରସାହି     ପରିଦର୍ଶନ କଲେ ସେଣ୍ଟ୍ରାଲ ଟିମ


ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ବରମୁଣ୍ଡା ଶବରସାହି

ପରିଦର୍ଶନ କରିଛନ୍ତି ସେଣ୍ଟ୍ରାଲ ଟିମ । ପିଏମ ଆବାସ ଯୋଜନା, ପିଏମ ସୋନିଧି ଯୋଜନାରେ ସାମିଲ ଥିବା ବସ୍ତି ବାସିନ୍ଦାଙ୍କୁ

ଭେଟିଛନ୍ତି । ବସ୍ତି ବାସିନ୍ଦାଙ୍କୁ ଭେଟି ସମସ୍ତେ ଘର ପାଇଛନ୍ତି ନା ନାହିଁ ଏବଂ ସେମାନଙ୍କ

ସୁବିଧା ଓ ଅସୁବିଧା ନେଇ ଆଲୋଚନା କରିଛନ୍ତି । ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ

ବିଭିନ୍ନ ଯୋଜନା କିଭଳି ସେମାନଙ୍କ ପାଖରେ ପହଂଚିଛି ଓ ସେମାନେ କିପରି ଏହାର ଲାଭ ପାଉଛନ୍ତି ସେ

ବିଷୟରେ ଆଲୋଚନା କରିଛନ୍ତି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା

ପାଢ଼ୀ ଏବଂ ବିଏମ୍ସି କମିଶନର ଚଞ୍ଚଲ ରାଣାଙ୍କ ଉପସ୍ଥିତରେ ଶବର ସାହି ପରିଦର୍ଶନ କରିଛନ୍ତି

ସେଣ୍ଟ୍ରାଲ ଟିମ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande