ଡେରାଡୁନ, 29 ଅଗଷ୍ଟ (ହି.ସ.)- ଉତ୍ତରାଖଣ୍ଡରେ ପୁଣି
ଥରେ ବର୍ଷା ବିପର୍ଯ୍ୟୟ ରଚିଛି । ରୁଦ୍ରପ୍ରୟାଗ, ଚମୋଲି, ଟିହରି ଓ ବାଗେଶ୍ୱର ଜିଲ୍ଲାରେ ବାଦଲ ଫାଟିବା ଘଟଣା ଫଳରେ ଭୟାବହ
ବିପର୍ଯ୍ୟୟ ଘଟିଛି। ଏହି ଘଟଣା ପରେ ବହୁତ ଲୋକ ଅଞ୍ଚଳରେ ଫସିଯିବା ଓ ନିଖୋଜ ହେବାର ସୂଚନା
ମିଳିଛି। ପ୍ରଶାସନ ଲଗାତାର ରେସ୍କ୍ୟୁ ଅଭିଯାନ ଚଳାଇଛି।
ଏହି ଅଭିଯାନ ଅନ୍ତର୍ଗତ
ଏପର୍ଯ୍ୟନ୍ତ ଚାରିଟି ଶବ ଧ୍ୱଂସାବଶେଷ ମଧ୍ୟରୁ ବାହାର କରାଯାଇଛି। ଚମୋଲି ଜିଲ୍ଲାର ଦେୱାଲ ତହସିଲର ମୋପାଟା ଗାଁ ଓ ବାଗେଶ୍ୱର ଜିଲ୍ଲାର ପଞ୍ଚାୟତ ପୌସାରୀ ଗାଁରୁ
ଦୁଇ-ଦୁଇଟି ଶବ ମିଳିଛି। ଚମୋଲି ଜିଲ୍ଲାର ଛେନାଗାଡ଼ ବଜାରରେ ବନ୍ୟା ସହିତ ଆସିଥିବା ଧ୍ୱଂସାବଶେଷ
ତଳେ ଅନେକ ଲୋକ ଫସିରହିଥିବା ସନ୍ଦେହରେ ତାଙ୍କୁ ଖୋଜାଯାଉଛି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ
ଧାମି ରୁଦ୍ରପ୍ରୟାଗ, ଚମୋଲି,
ଟିହରି ଓ ବାଗେଶ୍ୱରରେ ବାଦଲ ଫାଟିବା ଦ୍ୱାରା ହୋଇଥିବା କ୍ଷତି ସଂପର୍କରେ ସମୀକ୍ଷା
କରିଛନ୍ତି ଓ ପ୍ରଭାବିତ ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ
ଦେଇଛନ୍ତି।
ଚମୋଲିର ମୁଖ୍ୟ ବିକାଶ
ଅଧିକାରୀ ଡ଼. ଅଭିଷେକ ତ୍ରିପାଠୀ କହିଛନ୍ତି ଯେ, ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ରେସକ୍ୟୁ କାର୍ଯ୍ୟ ଜୋରରେ ଚାଲିଛି। ଦେଶୀ
ତହସିଲର ମୋପାଟା ଗାଁରେ ବଚାଉ ଅଭିଯାନ ଜୋରଦାର ଭାବେ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା