ବ୍ରାହ୍ମଣୀ ଓ ତାର ଶାଖା ନଦୀରେ ଖସୁଛି ବନ୍ୟାଜଳ, ରେଙ୍ଗାଲିର ସମସ୍ତ ଗେଟ ବନ୍ଦ
ଧର୍ମଶାଳା, ୨୯ ଅଗଷ୍ଟ(ହି.ସ.) – ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡିକ ଗତ ୩ ଦିନ ହେବ ବନ୍ୟାଜଳ ବୃଦ୍ଧି ପାଉଥିବାବେଳେ ଗୁରୁବାର ବିଳମ୍ବିତ ରାତିରୁ ଧିରେ ଧିରେ ବନ୍ୟାଜଳ ଖସୁଥିବା ଦେଖିବାକୁ ମିଳିଛି। ରେଙ୍ଗାଲି ଡ୍ୟାମର ଉପରମୁଣ୍ଡରେ ଭାରି ବର୍ଷା ଲାଗି ରହିବାରୁ ଡ୍ୟାମର
ବ୍ରାହ୍ମଣୀ ଓ ତାର ଶାଖା ନଦୀରେ ଖସୁଛି ବନ୍ୟାଜଳ, ରେଙ୍ଗାଲିର ସମସ୍ତ ଗେଟ ବନ୍ଦ


ଧର୍ମଶାଳା, ୨୯ ଅଗଷ୍ଟ(ହି.ସ.) – ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡିକ ଗତ ୩ ଦିନ ହେବ ବନ୍ୟାଜଳ ବୃଦ୍ଧି ପାଉଥିବାବେଳେ ଗୁରୁବାର ବିଳମ୍ବିତ ରାତିରୁ ଧିରେ ଧିରେ ବନ୍ୟାଜଳ ଖସୁଥିବା ଦେଖିବାକୁ ମିଳିଛି। ରେଙ୍ଗାଲି ଡ୍ୟାମର ଉପରମୁଣ୍ଡରେ ଭାରି ବର୍ଷା ଲାଗି ରହିବାରୁ ଡ୍ୟାମର ଜଳପତନ ବୃଦ୍ଧି ପାଇଥିଲା। ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ଡ୍ୟାମର ୩ ଗୋଟି ଗେଟ୍ ଗତ ୩ ଦିନ ହେବ ଖୋଲାଯାଇଥିଲା। ଫଳରେ ବ୍ରାହ୍ମଣୀ ନଦୀରେ ଏକ ବଡ଼ଧରଣର ବନ୍ୟା ଆସିବାର ଆଶଙ୍କା କରାଯାଇଥିଲା। ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ବୁଧବାର ନଦୀର ଜଳସ୍ତର ବୃଦ୍ଧି ପାଇ ୬୪.୭୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ତେବେ ରେଙ୍ଗାଲି ଡ୍ୟାମ୍‌ର ପର୍ଯ୍ୟାୟ କ୍ରମେ ୩ ଗୋଟି ଗେଟ ବନ୍ଦ କରିବା ପରେ ନଦୀରେ ଜଳପତନ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ରେଙ୍ଗାଲି ଡ୍ୟାମର ୩ ଗୋଟି ଗେଟ୍ ବନ୍ଦ ହେବା ଯୋଗୁଁ ନଦୀରେ ବନ୍ୟାଜଳ ହ୍ରାସ ପାଇ ଜେନାପୁର ଠାରେ ଆଜି ସନ୍ଧ୍ୟା ସୁଦ୍ଧା ଜଳପତନ ୬୧.୪୦ ଫୁଟରେ ରହିଛି ଏବଂ ଧିରେ ଧିରେ ଏହା କମିବାରେ ଲାଗିଛି। ତେବେ ନଦୀରେ ଜଳପତନ ବଡୁଥିବା ବେଳେ ନଦୀର ତଳିଆ ଅଂଚଳରେ ରହିଥିବା ଅନେକ ଚାଷ ଜମିରେ ବନ୍ୟାଜଳ ମାଡିଯାଇଥିଲା। ଏବେ ବନ୍ୟା କମିବା ପରେ ଚାଷ ଜମିରେ ହୋଇଥିବା ପନିପରିବା ଚାଷ ଗୁଡିକ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଚାଷ ଜମି ଗୁଡିକରେ ହୋଇଥିବା ଧାନ ଫସଲ ଆଁଶିକ ଭାବେ କ୍ଷତି ହୋଇଛି। ଯାହାକୁ ନେଇ ଚଷୀମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି। ପରିଶ୍ରମ କରି ବିଲରେ କରିଥିବା ପନିପରିବା ଚାଷ ନଷ୍ଟ ହୋଇଥିବା ଦେଖି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ସେହିପରି ଏହି ବନ୍ୟାରେ କୃଷ୍ଣଦାସପୁର ଓ ବରୁଆଁ ରାସ୍ତାର ଭଗବାନପୁର ଠାରେ ୨ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟତ ବନ୍ଦ ରହିଥିବା ବେଳେ ଏବେ ଜଳସ୍ତର ହ୍ରାସ ପାଇବାରୁ ଉକ୍ତ ରାସ୍ତା ଦେଇ ଯାତାୟତ ସ୍ୱଭାବିକ ହୋଇଛି। ମୋଟାମୋଟି କହିବାକୁ ଗଲେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟାରେ ସୁଦ୍ଧାର ଆସିଛି। ଫଳରେ ନଦୀ କୁଳିଆ ଲୋକେ ଆସ୍ତସ୍ତି ଲାଭ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande