ଧର୍ମଶାଳା, ୨୯ ଅଗଷ୍ଟ(ହି.ସ.) – ପଂଚାୟତବାସୀ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବହୁ ଦିନର ଦାବି ପରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠିତ ହେବାକୁ ଯାଉଛି। ଯାହାକି ଅଂଚଳବାସୀଙ୍କ ମୁହଁରେ ହସ ଫୁଟିଛି। ଏହି କ୍ରମରେ ଶୁକ୍ରବାର ଦିନ ଯାଜପୁର ବ୍ଲକ ଝାଲପଡା ପଂଚାୟତ ଅନ୍ତର୍ଗତ କାକୁଡିକୁଦ ଠାରେ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ଅତିଥିଭାବେ ଯୋଗଦେଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହର ଭିତି ପ୍ରସ୍ତର ସ୍ଥାପନ କରିଥିଲେ। ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୩୬ ଲକ୍ଷ ବ୍ୟୟ ଅଟକଳରେ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯିବ। ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ସ୍ଥାନୀୟ ଅଂଚଳର ୪ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ହାତ ପାଖରେ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇ ପାରିବେ। ଏହାସହିତ ପ୍ରସୂତି ମହିଳା ଓ ଶିଶୁମାନଙ୍କ ଟୀକାକରଣ ସହଜ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଝାଲପଡ଼ା ସରପଂଚ ଭାରତୀ ମଳିକଙ୍କ ସମେତ ଗ୍ରାମର ସୁରେନ୍ଦ୍ର ରାଉତ, ସୁବାଶ ରାଉତ, ପ୍ରୀୟନାଥ ରାଉତ, ସୁବାଶ ବିଶ୍ୱାଳ, ଉତ୍କଳ ଜେନା, ଦିଲିପ ଜେନା, ବନମାଳି ମଳିକ, ଭାବଗ୍ରାହୀ ବେହେରା, ବାବୁଲା ମଲ୍ଲିକ, ଲକ୍ଷ୍ମଣ ବିଶ୍ୱାଳ, ଅକ୍ଷୟ ଦାସ, କେଦାର ରାୟ, ବାଦଲ ରାୟ ଓ ବେଣୁଧର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ