କୃଷି ବିଭାଗ ପକ୍ଷରୁ ନାରୀ ସଶସ୍ତ୍ରୀ କରଣ ଓ ପ୍ରଶିକ୍ଷଣ ଶିବିର
ଧର୍ମଶାଳା,୨୯ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ଗଲଗଲି ଶଙ୍ଖ ଠାରେ କୃଷି ବିଭାଗ ପକ୍ଷରୁ ନାରୀମାନଙ୍କ ଦକ୍ଷତା ଓ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନୀଜୀବୀ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା କୃଷି ଅଧି
କୃଷି ବିଭାଗ ପକ୍ଷରୁ ନାରୀ ସଶସ୍ତ୍ରୀ କରଣ ଓ  ପ୍ରଶିକ୍ଷଣ ଶିବିର


ଧର୍ମଶାଳା,୨୯ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ଗଲଗଲି ଶଙ୍ଖ ଠାରେ କୃଷି ବିଭାଗ ପକ୍ଷରୁ ନାରୀମାନଙ୍କ ଦକ୍ଷତା ଓ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନୀଜୀବୀ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀମାନଙ୍କୁ ସଶକ୍ତିକରଣ କରିବା ନେଇ କୃଷି ବିଭାଗ କାଷ୍ଟର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ସହକାରୀ କୃଷି ଅଧିକାରୀ ପ୍ରଦ୍ୟୁମ୍ନ ଷଡ଼ଙ୍ଗୀ, ବ୍ଲକ କୃଷି ବିଭାଗ ଅଧିକାରୀ ଡ଼କ୍ଟର ସନ୍ଧ୍ୟାରାଣୀ ଦାସ, ସହକାରୀ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ଦାସ, ବିପିଏମ ପ୍ରିୟଦର୍ଶୀ ଦାଶ, ଦୀପାଂଚଳ କୃଷକ ମଂଚର ସାଧାରଣ ସମ୍ପାଦକ ଅଭିମନ୍ୟୁ ଧଳ ପ୍ରମୁଖ ଯୋଗଦେଇ ନାରୀ ସଶକ୍ତ ହେଲେ ଦେଶ ସଶକ୍ତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୨୦ଜଣ ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । କାଷ୍ଟ ପକ୍ଷରୁ ସୁଶ୍ରୀ ଜ୍ୟୋତି ପ୍ରଶିକ୍ଷକ ଭାବେ ଯୋଗଦେଇ ମହିଳାମାନଙ୍କୁ ଝୋଟ ଜାତ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବାର କଳା କୌଶଳ ଶିଖାଇଥିଲେ । ଏହି ଶିବିରରେ ବୈଶାଖୀରାଣୀ ଜେନା, ସୌଦାମିନୀ ଦଳେଇ, ସୁମିତ୍ରା ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶିବିରାର୍ଥୀମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ ଚରଣ ସାହୁ,ରବିନ୍ଦ୍ର ବଳ, ଗିରିଶ ଚନ୍ଦ୍ର ଜେନା, ସଞ୍ଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande