ଜାପାନ ଟେକ୍ନୋଲୋଜି-ଭାରତୀୟ ପ୍ରତିଭା କରିପାରିବେ ବୈଶ୍ୱିକ ପରିବର୍ତ୍ତନର ନେତୃତ୍ୱ- ପିଏମ ମୋଦି
ନୂଆଦିଲ୍ଲୀ, 29 ଅଗଷ୍ଟ (ହି.ସ.)- ଭାରତ ଓ ଜାପାନଙ୍କ ବୁଝାମଣା ସମ୍ପର୍କକୁ ନୂତନ ଶିଖରକୁ ନେଇଯିବାକୁ ଆହ୍ୱାନ କରି ଶୁକ୍ରବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଦୁଇ ଦେଶର ସହଯୋଗ ଏସିଆର ଶତାବ୍ଦୀକୁ ଆକାର ଦେବ। ସେ ଜାପାନୀ କମ୍ପାନୀମାନଙ୍କୁ ‘ମେକ୍ ଇନ୍ ଇଣ୍ଡିଆ, ମେକ
ଜାପାନ     ଟେକ୍ନୋଲୋଜି-ଭାରତୀୟ ପ୍ରତିଭା କରିପାରିବେ ବୈଶ୍ୱିକ ପରିବର୍ତ୍ତନର ନେତୃତ୍ୱ- ପିଏମ ମୋଦି


ନୂଆଦିଲ୍ଲୀ, 29 ଅଗଷ୍ଟ (ହି.ସ.)- ଭାରତ ଓ

ଜାପାନଙ୍କ ବୁଝାମଣା ସମ୍ପର୍କକୁ ନୂତନ ଶିଖରକୁ ନେଇଯିବାକୁ ଆହ୍ୱାନ କରି ଶୁକ୍ରବାର

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଦୁଇ ଦେଶର ସହଯୋଗ ଏସିଆର

ଶତାବ୍ଦୀକୁ ଆକାର ଦେବ। ସେ ଜାପାନୀ କମ୍ପାନୀମାନଙ୍କୁ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲ୍ଡ’ ଅଭିଯାନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଓ

କହିଥିଲେ ଯେ, ଜାପାନର ପ୍ରଯୁକ୍ତି ଓ ଭାରତର ପ୍ରତିଭା ମିଶି ଜଗତରେ ଏକ ବଡ଼

ପରିବର୍ତ୍ତନ ଆଣିପାରିବ।

ପ୍ରଧାନମନ୍ତ୍ରୀ ଆଜି

ଟୋକିଓରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଆର୍ଥିକ ମଞ୍ଚ’କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଜାପାନ ସର୍ବଦା ଭାରତର ବିକାଶ ଯାତ୍ରାରେ ଏକ

ଗୁରୁତ୍ୱପୂର୍ଣ୍ଣ ସାଥୀ ରହିଛି। ମେଟ୍ରୋ, ଉତ୍ପାଦନ, ସେମିକଣ୍ଡକ୍ଟର ଓ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରରେ ଉଭୟ ଦେଶର ବୁଝାମଣା ସମ୍ପର୍କ ଏକ ପାରସ୍ପରିକ

ବିଶ୍ୱାସର ପ୍ରତୀକ। ଏପର୍ଯ୍ୟନ୍ତ ଜାପାନୀ କମ୍ପାନୀମାନେ ଭାରତରେ ୪୦ ଅରବ ଡଲାର ଠାରୁ ଅଧିକ

ନିବେଶ କରିଛନ୍ତି। କେବଳ ଗତ ଦୁଇ ବର୍ଷରେ ୧୩ ଅରବ ଡଲାରର ଘରୋଇ ନିବେଶ ହୋଇଛି।

ଭବିଷ୍ୟତର ଦିଗ ଦର୍ଶାଇ

ପ୍ରଧାନମନ୍ତ୍ରୀ ପାଞ୍ଚଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି — ଉତ୍ପାଦନ (ମ୍ୟାନୁଫ୍ୟାକ୍ଚରିଂ), ପ୍ରଯୁକ୍ତି ଓ ନବାଚାର, ସବୁଜ ଉର୍ଜା ରୂପାନ୍ତରଣ, ପରବର୍ତ୍ତୀ ପିଢ଼ିର ପାଇଁ ଭିତ୍ତିଭୂମି

ଢାଞ୍ଚା ଓ ଦକ୍ଷତା ବିକାଶ। ସେ କହିଛନ୍ତି ଯେ, ଜାପାନର

ଉତ୍କୃଷ୍ଟତା ଓ ଭାରତର ବ୍ୟାପକ ପୈମାନା ମିଶି ସମୃଦ୍ଧିକୁ ସୁନିଶ୍ଚିତ କରିପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି

ଯେ, ଗତ ୧୧ ବର୍ଷ ମଧ୍ୟରେ ଭାରତ ଅସାଧାରଣ ପରିବର୍ତ୍ତନ ଅନୁଭବ କରିଛି।

ଆଜି ଭାରତ ଏକ ରାଜନୈତିକ ଓ ଆର୍ଥିକ ସ୍ଥିରତା ବିଶିଷ୍ଟ ଦେଶ, ଯାହାର ନୀତିଗୁଡିକ

ସ୍ପଷ୍ଟ। ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧିଶୀଳ ବଡ଼ ଅର୍ଥନୀତି ଅଟେ ଓ ଶୀଘ୍ର ହିଁ

ତୃତୀୟ ସବୁଠାରୁ ବଡ଼ ଅର୍ଥନୀତି ହେବାକୁ ଯାଉଛି। ସେ କହିଛନ୍ତି ଯେ ଭାରତ ବିଶ୍ୱ ଉନ୍ନତିରେ ୧୮%

ଅଂଶୀଦାର ଅଟେ ଓ ଏହାର ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ଅରବ ଡଲାରରେ ପହଞ୍ଚିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande