ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- କାନାଡ଼ାରେ
ଭାରତର ଆଗାମୀ ହାଇକମିଶନର ଭାବରେ ନିଯୁକ୍ତି ପାଇଥିବା ଓଡ଼ିଶାର ଦିନେଶ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶା ମାଟିର
ସୁଯୋଗ୍ୟ ସନ୍ତାନ ବରିଷ୍ଠ ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ଦିନେଶ ପଟ୍ଟନାୟକ କାନାଡ଼ାରେ
ଭାରତର ହାଇକମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହି ମହତ୍ତ୍ୱପୂର୍ଣ୍ଣ ରାଷ୍ଟ୍ରସେବାରେ ବ୍ରତୀ
ହୋଇ ସେ ଜନ୍ମମାଟି ପାଇଁ ଆହୁରି ଗୌରବ ଆଣନ୍ତୁ, ମହାପ୍ରଭୁଙ୍କ ନିକଟରେ ଏତିକି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା