ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଆସନ୍ତା ସେପ୍ଟେମ୍ବର 3 ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବସିବ। ସେଥିରେ ଧାଡ଼ି ଦର୍ଶନ ପାଇଁ କଣ କଣ ଆବଶ୍ୟକତା ରହିଛି ସେନେଇ ଆଲୋଚନା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେହିଦିନ ମଧ୍ୟ ହୁଣ୍ଡି ସ୍ଥାନା
ଆସନ୍ତା ସେପ୍ଟେମ୍ବର ୩ ତାରିଖରେ     ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ


ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଆସନ୍ତା ସେପ୍ଟେମ୍ବର 3 ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବସିବ। ସେଥିରେ

ଧାଡ଼ି ଦର୍ଶନ ପାଇଁ କଣ କଣ ଆବଶ୍ୟକତା ରହିଛି ସେନେଇ ଆଲୋଚନା ହେବ ବୋଲି ଆଇନ ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେହିଦିନ ମଧ୍ୟ ହୁଣ୍ଡି ସ୍ଥାନାନ୍ତର ପାଇଁ ଆଲୋଚନା କରାଯିବ।

ଧାଡ଼ି ଦର୍ଶନ ପାଇଁ ପକ୍ରୀୟ ଆରମ୍ଭ ହୋଇସାରିଲାଣି। ଆସନ୍ତା 15 ତାରିଖରେ ଏହାକୁ

କାର୍ଯ୍ୟକାରୀ କରାଯିବ। ଏଵଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାରର ଗଣତି

ମାଣତି ପାଇଁ ଆଲୋଚନା ହେବାର ଅଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande