ସାପ କାମୁଡାରେ ନାତୁଣୀ ମୃତ : ମୃତ ଖବର ଶୁଣି ଜେଜ ମୃତ : ଗାଁରେ ଶୋକାକୂଳ ପରିବେଶ
ଧର୍ମଶାଳା, ୨୯ ଅଗଷ୍ଟ (ହି.ସ)- ଯାଜପୁର ଜିଲା ବଡଚଣା ବ୍ଲକ ଅଂଚଳରେ ଅଘଟଣ । ସାପ କାମୁଡାରେ ନାତୁଣୀ ମୃତ । ନାତୁଣୀର ମୃତ ଖବର ଶୁଣି ଜେଜ ହୃଦଘାତର ଶିକାର ହୋଇ ମୃତବରଣ କରିଥିବା ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍
ସାପ କାମୁଡାରେ ନାତୁଣୀ ମୃତ : ମୃତ ଖବର ଶୁଣି ଜେଜ ମୃତ : ଗାଁରେ ଶୋକାକୂଳ ପରିବେଶ


ଧର୍ମଶାଳା, ୨୯ ଅଗଷ୍ଟ (ହି.ସ)- ଯାଜପୁର ଜିଲା ବଡଚଣା ବ୍ଲକ ଅଂଚଳରେ ଅଘଟଣ । ସାପ କାମୁଡାରେ ନାତୁଣୀ ମୃତ । ନାତୁଣୀର ମୃତ ଖବର ଶୁଣି ଜେଜ ହୃଦଘାତର ଶିକାର ହୋଇ ମୃତବରଣ କରିଥିବା ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ବିକ୍ରମତିରଣ ପଂଚାୟତ ଗୋବଣ୍ଡିଆ ଗ୍ରାମରେ । ଏହି ଗ୍ରାମର ଦେବେନ୍ଦ୍ର ପରମାଣିକଙ୍କ ଝିଅ ଅଙ୍କିତା(୧୬) ରାତିରେ ଶୋଇଥିବା ବେଳେ ଅଜଣାତେ ଏକ ବିଷଧର ସାପ କାମୁଡି ଦେଇଥିଲା । ଭୋର ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ମହାଙ୍ଗା ମେଡିକାଲକୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏପେଟେ ନାତୁଣି ମରିଯିବା ଖବର ଶୁଣି ଜେଜ ବାବାଜୀ(୭୫) ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ମାହାଙ୍ଗା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଭଳି ୨ଟି ମୃତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଅଙ୍କିତା ସ୍ଥାନୀୟ ବରଦାସ୍ଥିତ ବିଦମାନନ୍ଦ ବିଦ୍ୟାପୀଠର ୧୦ ଶ୍ରେଣୀରେ ପାଠ ପଢୁଥିଲେ । ତେବେ ପୂର୍ବାହ୍ନରେ ଗାଁରେ ୨ଟି ମୃତଦେହ ପଂହଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ ପୃଥକ ପୃଥକଭାବେ ୨ଟି ଜୁଇ ଜଳିବା ନେଇ ସମସ୍ତଙ୍କ ଅଖିରେ ଲୁହ ଝରି ଆସିଥିଲା । ବଡପୁଅ ନରେଶ ମୁଖାଗ୍ନୀ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande