ସେପ୍ଟେମ୍ବର ୧ରେ ଅରଣ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରିବେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ସେପ୍ଟେମ୍ବର ୧ ରେ ଅରଣ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରିବେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ । ୭ ଦଫା ଦାବି ନେଇ ଆନ୍ଦୋଳନ କରିବେ ସଂଘ ।ଆଉଟ ସୋର୍ସିଂରେ ୭୦୦୦ କର୍ମଚାରୀ ପାଖାପାଖି ବିଭାଗ ଅଧୀନରେ କାମ କରୁଛନ୍ତି । ସଂଘ କହି
ସେପ୍ଟେମ୍ବର ୧ରେ ଅରଣ୍ୟ ଭବନ     ସାମ୍ନାରେ ଆନ୍ଦୋଳନ କରିବେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ


ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ସେପ୍ଟେମ୍ବର ୧

ରେ ଅରଣ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରିବେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ । ୭ ଦଫା ଦାବି ନେଇ

ଆନ୍ଦୋଳନ କରିବେ ସଂଘ ।ଆଉଟ ସୋର୍ସିଂରେ ୭୦୦୦

କର୍ମଚାରୀ ପାଖାପାଖି ବିଭାଗ ଅଧୀନରେ କାମ

କରୁଛନ୍ତି । ସଂଘ କହିଛି ଯେ ଥାର୍ଡ ପାର୍ଟି

ଦ୍ୱାରା ଆମେ କରୁଛୁ, କିନ୍ତୁ ବେତନ ଠିକ୍ ଭାବେ ମିଳିନାହିଁ. ।

ପ୍ରତିଦିନ କାମ କରୁଛୁ ବିଭାଗ ପାଇଁ, ପ୍ରତିଦିନ ଜଙ୍ଗଲରେ କାମ କରୁଛୁ ଜୀବନକୁ ବାଜି ଲଗାଇ, କିନ୍ତୁ ସେହି

ଅନୁସାରେ ସୁବିଧା ମିଳି ପାରୁନାହିଁ । ପ୍ରତିଦିନ ୧୨ ରୁ ୧୫ ଘଂଟା କାମ କଲେ ମଧ୍ୟ ଦିନ ମଜୁରିଆ

ଠୁ ଦରମା କମ ମିଳୁଛି । କାଠ ମାଫିଆ, ପଶୁ ଶିକାରୀ, ହାତୀ, ବାଘ, ଭାଲୁ ବା ଅନ୍ୟ ଜୀବ ଜନ୍ତୁଙ୍କ ଦ୍ୱାରା ମୃତ୍ୟୁ ହେଲେ କୌଣସି

ସ୍ୱତନ୍ତ୍ର ସହାୟତା ମଧ୍ୟ ନଥିବା କହିଛନ୍ତି ।ତେଣୁ

ବରମ୍ବାର ବିଭାଗୀୟ ମୁଖ୍ୟ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସହାୟତା

ମିଳିନାହିଁ, କିମ୍ବା ପ୍ରତିଶ୍ରୁତି ମିଳିନାହିଁ । ଯାହା

ଫଳରେ ସେପ୍ଟେମ୍ବର ୧ ତାରିଖରୁ ଅନିର୍ଦିଷ୍ଟ କାଲ ପର୍ଯ୍ୟନ୍ତ କାମ ବନ୍ଦ ଓ ଆନ୍ଦୋଳନ ଡାକରା

ଦେଇଛି ସଂଘ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande