ଭୁବନେଶ୍ୱର,
03 ଅଗଷ୍ଟ (ହି.ସ.) ଆନ୍ଧ୍ରପ୍ରଦେଶଠାରେ ଏକ ଦୁଃଖଦ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଦଣ୍ଡ
ବଡ଼ତ୍ୟା (ପିତା- ଅଭିମନ୍ୟୁ ବଡ଼ତ୍ୟା),
ବନମାଳ ଚେହ୍ରା (ପିତା-
ଭଗବାନ ଚେହ୍ରା), ଭାସ୍କର ବିଶୋଇ (ପିତା-ମାଗତା ବିଶୋଇ), ସନ୍ତୋଷ ଗୌଡ଼ (ପିତା- ପୂଜ୍ୟ ଗୌଡ଼) ଏବଂ ଗଜପତି ଜିଲ୍ଲାର ଟକୁନ
ଦଳାଇ (ପିତା- କାର୍ତ୍ତିକ ଦଳାଇ) ଓ ମୁସା ଜାନ (ପିତା- ନର୍ଷୁ ଜାନ) ଙ୍କ ପ୍ରାଣହାନି ବିଷୟରେ
ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ
ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର
ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରର ନିକଟତମ
ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ
କରିବାକୁ ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ