ଅପରେସନ୍ ଅଖଲ୍: କୁଲଗାମରେ ତୃତୀୟ ଦିନ ମଧ୍ୟ ସୁରକ୍ଷାକର୍ମୀ  ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ
କୁଲଗାମ, ୩ ଅଗଷ୍ଟ (ହି.ସ.) – ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ୍ ଜଙ୍ଗଲୀ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଲୁଚିଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ଗୋଳା ବିନିମୟ ତୃତୀୟ ଦିନ ରବିବାର ମଧ୍ୟ ଜାରି ରହିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଗତ ରାତି ସ
ଅପରେସନ୍ ଅଖଲ୍: କୁଲଗାମରେ ତୃତୀୟ ଦିନ ମଧ୍ୟ ସୁରକ୍ଷାକର୍ମୀ  ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ


କୁଲଗାମ,

୩ ଅଗଷ୍ଟ (ହି.ସ.) – ଦକ୍ଷିଣ

କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ୍ ଜଙ୍ଗଲୀ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଲୁଚିଥିବା

ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ଗୋଳା ବିନିମୟ ତୃତୀୟ ଦିନ ରବିବାର ମଧ୍ୟ ଜାରି ରହିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ

ଗତ ରାତି ସାରା ଅଖଲର ଘନ ଜଙ୍ଗଲ ଅଞ୍ଚଳରେ ଅଟକି ଅଟକି ବିସ୍ଫୋରଣ ଓ ଗୁଳି ଗୋଳା ବିନିମୟ ହୋଇଥିଲା।

ଅଖଲ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ମିଳିଥିବା

ଗୁପ୍ତ ସୂଚନା ପରେ ଶୁକ୍ରବାରରୁ ସୁରକ୍ଷାବାହିନୀ ତରଫରୁ ତଲାଶୀ ଅଭିଯାନ ଆରମ୍ଭ କରାଯାଇଥିଲା।

ଅଧିକାରୀମାନଙ୍କ

କଥାଅନୁସାରେ, ଏପର୍ଯ୍ୟନ୍ତ

ଗୁଳି ଗୋଳା ବିନିମୟ ରେ ଦୁଇ ଆତଙ୍କବାଦୀ

ମୃତ୍ୟୁବରଣ କରିଛି ଓ ଗୋଟିଏ ଆଉ ଆତଙ୍କବାଦୀ ଆହତ ହେବାର ସୂଚନା ମିଳିଛି। ସେନାର ଜଣେ ଜବାନ

ମଧ୍ୟ ଆହତ ହୋଇଛନ୍ତି ଓ ତାଙ୍କ ଚିକିତ୍ସା ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande