ନୂଆଦିଲ୍ଲୀ, 03 ଅଗଷ୍ଟ (ହି.ସ.) ରାଷ୍ଟ୍ରପତି
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉତ୍ତର ପ୍ରଦେଶ ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶର
ଗୋଣ୍ଡାରେ ଘଟିଥିବା ବାହନ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିବାର ଖବର ଅତ୍ୟନ୍ତ ଦୁଃଖଦାୟକ
। ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଆହତ ଲୋକମାନଙ୍କ ଶୀଘ୍ର ସ୍ୱାସ୍ଥ୍ୟ
ଲାଭ ପାଇଁ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ