ନୂଆଦିଲ୍ଲୀ, ୩ ଅଗଷ୍ଟ (ହି.ସ.)। ତାମିଲ୍ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ କମେଡି ଅଭିନେତା ମାଧବନ୍ ବବ ଶନିବାର ରାତ୍ରୀରେ ଚେନ୍ନାଇର ଅଡ଼ୟାର୍ ଅଞ୍ଚଳରେ ଥିବା ନିଜ ଘରେ ୭୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ଅନେକ ଦିନ ଅସୁସ୍ଥ ଥିଲେ।
ମାଧବନ୍ ବବ କମଳ ହାସନ୍, ରଜନୀକାନ୍ତ, ଅଜିତ୍, ସୂର୍ଯ୍ୟା ଓ ବିଜୟ ପରି ତାମିଲ୍ ସୁପରଷ୍ଟାରମାନେଙ୍କ ସହ କାମ କରିଥିଲେ ଓ ତାଙ୍କର କମେଡି ଟାଇମିଂ ପାଇଁ ପ୍ରସିଦ୍ଧ ଥିଲେ। ସେ ପ୍ରାୟ ୬୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାମିଲ୍ ସହିତ ଏକାଧିକ ହିନ୍ଦୀ, ତେଲୁଗୁ ଓ ମଲୟାଳମ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ସନ୍ ଟିଭିର୍ ଜଣେ ଖ୍ୟାତିନାମା କମେଡି ସୋ ଅସାଥା ପୋଭଥୁ ଯାରୁ ରେ ଜଜ୍ ଭୂମିକାରେ ଦେଖା ଦେଇଥିଲେ। ତାଙ୍କର ଦେହାନ୍ତ ପରେ ସହଅଭିନେତାମାନେ ଓ ଭକ୍ତମାନେ ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ