ଗୋଣ୍ଡା, ୩ ଅଗଷ୍ଟ (ହି.ସ.)- ରବିବାର ଉତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । କାର୍ ରେ ଥିବା ୧୫ ଜଣ ଏକ ବୋଲେରୋ କାରରେ ପୃଥ୍ୱୀନାଥ ମନ୍ଦିରକୁ ଯାଉଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ପୋଲିସ ଅଧିକ୍ଷକ ଏନେଇ ସୂଚନା ଦେଇ କହିଛନ୍ତି, ଇଟିୟାଥୋକ୍ ଥାନା ଅଂଚଳର ରେହରା ବେଲୱା ବାହୁତା କେନାଲ ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ତିନି ଜଣ ଶିଶୁ ଏବଂ ଜଣେ ଡ୍ରାଇଭର ସମେତ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି । ୧୧ ଜଣଙ୍କ ମୃତ୍ୟୁ ହୋଇଛି । କେନାଲରୁ ମୃତଦେହ ଗୁଡିକୁ ବାହାର କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ